ରାୟଗଡ଼ ରେ ଗ୍ରାମ୍ୟମୁଖ୍ୟ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ କରଡାସିଙ୍ଗି ପଞ୍ଚାୟତ ପରିସର ଠାରେ ମଙ୍ଗଳବାର ଗ୍ରାମ୍ୟମୁଖି ପ୍ରଶାସନ ସହ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସମେତ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପ୍ରବାଶ କୁମାର ବେହୁରା, ବିଡ଼ିଓ ରାଜା ରଞ୍ଜିତ ପ୍ରତାପ ବଳ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ୟାର ତ୍ଵରିତ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ । ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଘଟଣାସ୍ଥଳରେ ହିଁ ଲୋକଙ୍କ ଅଭିଯୋଗର ଶୁଣାଣୀ କରି ସମାଧାନ କରିଛନ୍ତି ଜିଲ୍ଲା ପ୍ରଶାସନ। ପୂର୍ବରୁ ଏନେଇ ପଞ୍ଚାୟତ ସ୍ତରରେ ଲୋକଙ୍କୁ ସୂଚନା ଦିଆଯାଇଥିଲା । ବ୍ଳକର ବିଭିନ୍ନ ପଞ୍ଚାୟତରୁ ମୋଟ ୧୦୦ଟି ଅଭିଯୋଗ ତ୍ଵରିତ ସମାଧାନ ପାଇଁ ପଞ୍ଜିକୃତ ହୋଇଥିଲା ବେଳେ ଦୁଇଟି ଅନୁପସ୍ଥିତ ରହିଥିଲେ। ସେଥି ମଧ୍ୟରୁ ୨୨ଟି ଅଭିଯୋଗ ତ୍ୱରିତ ସମାଧାନ କରାଯାଇଥିବା ସୂଚନା ମିଳିଛି । ଏଥିମଧ୍ୟରୁ ୭୭ଗୋଟି ଗୋଷ୍ଠୀଗତ ହୋଇଥିବା ବେଳେ ୨୧ଟି ବ୍ୟକ୍ତିଗତ ଭିତ୍ତିକ ସମସ୍ୟା ରହିଥିଲା । ବିଭିନ୍ନ ଗ୍ରାମର ପାନୀୟ ଜଳ ସମସ୍ୟା ସହ ଅସମ୍ପୂର୍ଣ୍ଣ ରହିଥିବା ବିଭିନ୍ନ ଉନ୍ନୟନ ଯୋଜନାର ସମ୍ପୂର୍ଣ୍ଣ କରିବା ନେଇ ଆସିଥିବା ସମସ୍ୟାର ସମାଧାନ ହୋଇଥିଲା । ଶେଷରେ  ଜିଲ୍ଲାପାଳ ଯୋଗ୍ୟ ଶାରୀରିକ ଅକ୍ଷମ ଲୋକଙ୍କୁ ୱିଲଚେୟାର ଓ ଆଦିବାସୀଙ୍କୁ ଜଙ୍ଗଲଜମି ପଟ୍ଟା ପ୍ରଦାନ କରିବା ସହ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଶେଷକରି ପିଏମଜି ଏସ ୱାଇ ରାସ୍ତା, ମୋବାଇଲ ଟାୱାର, ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ କୁ ଗୁରୁତ୍ୱ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ