ରାୟଗଡା ଛୁଇଁଲା କରୋନା
ରାୟଗଡା : ଶେଷରେ ରାୟଗଡା ଛୁଇଁଛି କରୋନା । ରାଜ୍ୟର ୩୦ତମ ଜିଲ୍ଲା ଭାବେ ରାୟଗଡାକୁ କରୋନା ଛୁଇଁଛି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାକୁ କରୋନା ବ୍ୟାପିଲା। ଆଜି ଚିହ୍ନଟ ୧୪୩ ଜଣଙ୍କ ମଧ୍ୟରେ ରାୟଗଡାରୁ ଜଣେ ପଜିଟିଭ୍ ରହିଛନ୍ତି । ଆକ୍ରାନ୍ତ ଜଣକ ଦିଲ୍ଲୀରୁ ଫେରିଥିଲେ ଓ କ୍ବାରେଣ୍ଟିନ୍ରେ ରହିଥିଲେ ବୋଲି ଜଣାପଡିଛି । ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କେସ୍ ୧୧ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮କୁ ଛୁଇଁଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୦୫୪ ଜଣ ଚିକିତ୍ସାଧୀନ ଥିବାବେଳେ ୧୩୨୫ ଜଣ ସୁସ୍ଥ ହୋଇଛନ୍ତି। ତେବେ ୭ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।


