ରାୟଗଡା ଜିଲ୍ଲା ପଦ୍ମପୁରରେ ସଙ୍ଗରୋଧ ଗୃହରେ ଅଟକିଛନ୍ତି ବେଲଗୁଣ୍ଠା ବ୍ଲକ ର ୧୬ ଶ୍ରମିକ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):କରୋନା ମହାମାରୀ କୁ ପ୍ରତିରୋଧ କରିବା ପାଇଁ ବାହାରୁ ଆସିଲେ ସଙ୍ଗରୋଧରେ ରହିବା ଅନିବାର୍ଯ୍ୟ ହୋଇଛି ।କିଏ ନିଜ ଘରେ ସଙ୍ଗରୋଧରେ ରହୁଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ବିଦ୍ୟାଳୟ ଗୁଡ଼ିକ ରେ ମଧ୍ୟ ସଙ୍ଗରୋଧର ବ୍ୟବସ୍ଥା କରାଯାଇଛି ।ଲକ୍ ଡାଉନ୍ ଯୋଗୁଁ ସବୁ କଳକାରଖାନା,ଦୋକାନ, ବଜାର, ବନ୍ଦ ଥିବା ବେଳେ ଶ୍ରମିକ ଅବସ୍ଥା କହିଲେ ନ ସରେ ।ପ୍ରାୟ ଶ୍ରମିକ କାମଧନ୍ଦା ନ ପାଇ ଅନାହାରରେ ରହିଥିବା ନଜରକୁ ଆସୁଛି ।ପୁଣି କିଛି ଶ୍ରମିକ ଗମନାଗମନ ନ ଥିବାରୁ କର୍ମସ୍ଥଳରୁ ଚାଲି ଚାଲି ନିଜ।ଗ୍ରାମକୁ ଆସୁଥିବା ଲକ୍ଷ୍ୟ କରାଯାଇଛି ।ଏହିପରି ରାୟଗଡା ଜିଲ୍ଲା ଟିକିରି ସ୍ଥିତ ଉତ୍କଳ ଆଲୁମିନିୟମ କମ୍ପାନୀ ରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ବଡବୋରସିଂ ପଞ୍ଚାୟତ ର ସାନବୋରସିଂ ଗ୍ରାମର ୮ ଜଣ,ପାଇଲିପଡା ପଞ୍ଚାୟତ କେ.ନୁଆଗଡର ଜଣେ,ଧୁମୁଛାଇ ପଞ୍ଚାୟତ ପାଟୁଳିସାହିର ଜଣେ, ସୋରଡା ବ୍ଳକ୍ ଭଗବାନପୁରର ଜଣେ, କୁଲାଙ୍ଗୀ ପଞ୍ଚାୟତ ପଳାସପଲ୍ଲୀ ର ଜଣେ, ମାଣିକପୁରର ଜଣେ, ଓ ବୁଗୁଡା ବ୍ଳକ୍ କରଚୁଲୀର ଜଣେ ଏହିପରି ୧୬ଜଣ ଶ୍ରମିକ ଲକ୍ ଡାଉନ୍ ଯୋଗୁଁ କାରଖାନା ବନ୍ଦ ହୋଇଯାଇଥିଲା ।ରହିବା ଓ ଖାଇବାର ଅସୁବିଧା ହେବାରୁ ଗତ ୩୦ ତାରିଖ ଦିନ ଏକ ଟ୍ରକ୍ ରେ ପଦ୍ମପୁରରେ ଓହ୍ଲାଇଥିଲେ ।ସେଠାରୁ ଚାଲି ଚାଲି ନିଜ ଗ୍ରାମ ଅଭିମୁଖେ ଆସୁଥିବା ବେଳେ ପଦ୍ମପୁର ବ୍ଳକ୍ ପ୍ରଶାସନ ଏମାନଙ୍କୁ ଅଟକାଇଥିଲେ ।ଏମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବା ପରେ ପଦ୍ମପୁରର ବି.ଏନ୍ ହାଇସ୍କୁଲ ସଙ୍ଗରୋଧ ଗୃହରେ ଏମାନଙ୍କୁ ରଖିଥିଲେ ।୧୪ ଦିନ ସଙ୍ଗରୋଧ ଗୃହରେ ରହିବା ପରେ ସମସ୍ତଙ୍କୁ ଛଡାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ ।କିନ୍ତୁ ୨୧ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ ସେମାନଙ୍କୁ ଛଡା ନ ଯାଇଥିବାରୁ ତାଙ୍କ ପରିବାରବର୍ଗ ଚିନ୍ତାରେ ଅଛନ୍ତି ।ସେମାନେ ଆମ ପ୍ରତିନିଧିଙ୍କୁ ଫୋନ୍ କରି ଜିଲ୍ଲା ପ୍ରଶାସନିକ ହସ୍ତକ୍ଷେପ ରେ ନିଜ ଗ୍ରାମକୁ ଫେରାଇ ଆଣିବା ପାଇଁ ପରିବାର ବର୍ଗ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ