ରାୟଗଡା ନାଗରିକ ମଞ୍ଚ ତରଫରୁ ରେଳ ମନ୍ତ୍ରୀଙ୍କୁ ଦାବିପତ୍ର
ରାୟଗଡା, (ଦୁର୍ଗାପ୍ରସାଦ ପାଢୀ):ରାୟଗଡା ନାଗରିକ ମଞ୍ଚର ନେତୃତ୍ୱରେ ରାୟଗଡା ଜ଼ିଲ୍ଲାପାଳଙ୍କ ଜରିଆରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଦାବିପତ୍ର ଦିଆଯାଇଛି ଜାହାର ଏକ ନକଲ ଡିଆରଏମ୍ ୱାଲଟରଙ୍କୁ ମଧ୍ୟ ଦିଆଯାଇଛି | ସୂଚନାରୁ ଜାଣିବାକୁ ପାଇଲୁଯେ ରାୟଗଡା ରେଳ ଷ୍ଟେସନରେ ଥିବା ରେଲୱେ ମେଲ୍ ସର୍ଭିସ୍ (ଆର.ଏମ.ଏସ) ର ମୁଖ୍ୟ କାର୍ଯ୍ୟାଳୟ ଅର୍ଥାତ ହବ୍ ଜୟପୁରକୁ ସ୍ଥାନାନ୍ତରିତ ହେବାକୁ ଯାଉଛି । ଯେହେତୁ ଗମନାଗମନ ଦୃଷ୍ଟିକୋଣରୁ ରାୟଗଡାରେ ମୁଖ୍ୟ କାର୍ଯ୍ୟଳୟ ରହିବା ଅତ୍ୟନ୍ତ ଆବଶ୍ୟକତା ଅଛି ଏଣୁ ସ୍ଥାନାନ୍ତରିତ ଯୋଜନାକୁ ରଦ୍ଦ କରିବାକୁ ମଞ୍ଚ ତରଫରୁ ଦାବି କରାଯାଇଛି । ରାୟଗଡାକୁ ରେଲୱେ ଡିଭିଜନ ଘୋଷଣା ହେବା ସତ୍ୱେ କୋଉ କାରଣରୁ ଆରଏମଏସର ହବ୍ କୁ ଜୟପୁରକୁ ସ୍ଥାନାନ୍ତରିତ କରାଯିବା ନିଶ୍ଚୟ କରିସାରିଲେଣି ଜାହା ମଞ୍ଚ ପ୍ରଶ୍ନ ଉଠାଇଚି | ଉକ୍ତ ଦାବିପତ୍ରକୁ ଜ଼ିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଲଳିତ ମଣ୍ଡଳଙ୍କୁ ଦିଆଯାଇଛି | ଏହି ଦାବିପତ୍ର ଦେବା ସମୟରେ ମଞ୍ଚ ତରଫରୁ ଡକ୍ଟର ବାଦଲ ତା, ପ୍ରମୋଦ ମହାନ୍ତି, ୱାଇ ଗଣପତି, ରଞ୍ଜନ ରଥ,ରଶ୍ମି ରଞ୍ଜନ ଦୋରା, ଅଜୟ ରଥ,ଶ୍ୟାମ ଦାଶ,ବିଦ୍ୟା ପଣ୍ଡା,ବିଜୟ ଦାଶ,ଉମା ପାଢ଼ୀ,ଚିଣ୍ଟୁ ଚୌଧୁରୀ, ବିଦ୍ୟା ଶବର ଓ ମଞ୍ଚର ଅନ୍ୟମାନେ ଉପସ୍ଥିତ ଥିଲେ |