ରାୟଗଡା ରେ ସହିଦ ଫାଶୀ ଦଣ୍ଡାଦେଶ ଦିବସ ପାଳିତ
ରାୟଗଡା, (ଯୁଗାବ୍ଦ ନ୍ୟୁଜ) :ସ୍ୱାମୀ ବିବେକାନନ୍ଦ ସେବା ସମିତି, ଭାରତୀୟ ମଜଦୂର ସଂଘ ଏବଂ ଗ୍ରୀନ ରାୟଗଡା ର ମିଳିତ ଅନୁକୂଲ୍ୟ ରେ ସହିଦଙ୍କ ଫସିଦଣ୍ଡାଦେଶ ଦିବସ ପାଳନ କରାଯାଇଛି l ଏହି ଉପଲକ୍ଷେ ଶ୍ରମିକ ନେତା ତଥା ସ୍ୱାମୀ ବିବେକାନନ୍ଦ ସେବା ସମିତି ର ସଭାପତି ଶ୍ରୀ ଯୋଗେଶ୍ୱର ଦାଶ ଙ୍କ ସଭାପତିତ୍ବ ରେ, ରାୟଗଡା ବିଦ୍ୟାନଗର ସ୍ଥିତ ମହିଳା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପରିସର ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସନମାନୀୟ ଅତିଥି ତଥା ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ର ପଶ୍ଚିମ ପ୍ରାନ୍ତ ପ୍ରଚାରକ ପ୍ରମୁଖ ଶ୍ରୀ ଦୀପକ କୁମାର ରାଉତ , ପ୍ରାଧ୍ୟାପକ ଡୋ. ଦୁଷ୍ମନ୍ତ କୁମାର ମହାନ୍ତି ଏବଂ ବରିଷ୍ଠ ସାମ୍ବାଦିକ ତଥା ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘ ର ରାଜ୍ୟ ସଭାପତି ଶ୍ରୀ ବାଦଲ ତା ଯୋଗ ଦେଇ ଦେଶ ପାଇଁ ସହିଦ ହେଇଥିବା, ସହିଦ ଭଗତ ସିଂ, ସହିଦ ସୁଖଦେବ ଏବଂ ସହିଦ ଜୟରାଜଗୁରୁ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇ, ଶ୍ରଦ୍ଧାଞଳି ଜ୍ଞାପନ କରିବା ପରେ ସହିଦ ମାନଙ୍କ ସ୍ମୃତି ଚାରଣ କରା ଯାଇ ଥିଲା l ବ୍ରିଟିଶ ସରକାର ଙ୍କୁ ବିରୋଧ କରି କିଭଳି ଏହି ସହିଦ ମାନେ ନିଜ ଜୀବନ କୁ ବାଜି ଲଗାଇ ଦେଶ ପ୍ରତି ବଳିଦାନ ଦେଇ ଥିଲେ ସେ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ l କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ଜଣସାଧାରଣ ଙ୍କୁ ସମ୍ପାଦକ କେ କେ ଜେନା ଧନ୍ୟବାଦ ଜଣାଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ସ୍ୱାମୀ ବିବେକାନନ୍ଦ ସେବା ସମିତି, ଭାରତୀୟ ମଜଦୂର ସଂଘ, ଗ୍ରୀନ ରାୟଗଡା ର ସଦସ୍ୟ ମାନଙ୍କ ସହ ଆର୍ଯ୍ୟ ସମାଜ, ଜି ସି ଡି walkers କ୍ଲବ,walkers club, lions club,ଝଞ୍ଜାବତୀ walkers କ୍ଲବ ର ସଦସ୍ୟ ଏବଂ ସମାଜସେବକ ଶ୍ରୀ ସତ୍ୟବାଦୀ ପତି, ଶ୍ରୀ ପ୍ରତାପ ବାଉରୀ, ଶ୍ରୀମତୀ ରୁବିରାଣୀ କୁଣ୍ଡୁ, ବରିଷ୍ଟ ଆଇନଜିବି କିଶୋର କୁମାର ସାହୁ,ଶ୍ରୀମତି ଅର୍ଚନା ପଟନାୟିକ ଏବଂ ମହିଳା ଶ୍ରମିକ ନେତ୍ରୀ ଶ୍ରୀମତୀ ଉଷାରାଣି ଦାଶ, ବରିଷ୍ଟ ସାମ୍ବାଦିକ ଦୀପକ ପୃଷ୍ଟି, ଶ୍ରୀ dala ରାଜୁ ଙ୍କ ସହ ରାୟଗଡା college ଅଧ୍ୟାପକ ଶ୍ରୀ ଉଦୟ ନାୟକ ଯୋଗ ଦେଇ ସହିଦଙ୍କ ସ୍ମୃତିଚାରଣ କରି ଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ଭାରତୀୟ ମଜଦୂର ସଂଘ ରୁ ପ୍ରଶାନ୍ତ ପାଳ, ଖଗେଶ୍ୱର ସିଂ, ପ୍ରଳୟ ସାହୁ, ଏବଂ ବଳରାମ ମଲ୍ଲିକ କୋଭିଡ ର ସମସ୍ତ ନିୟମ ମାନି ପରିଚାଳନା କରିଥିଲେ I