ରାୟଗଡା ସ୍ଥିତ ପୁରାତନ ହାଇସ୍କୁଲର ବାର୍ଷିକ ଉତ୍ସବ
ରାୟଗଡା,(ଯୁଗାବ୍ଦ ନ୍ୟୁଜ୍) : ଗଜପତି ଜିଲ୍ଲା ରାୟଗଡା ସ୍ଥିତ ପୁରାତନ ହାଇସ୍କୁଲରେ ୬୩ ତମ ବାଷିର୍କ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହୌି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ପାରଳାଖେମୁଣ୍ଡିର ପ୍ରଧାନ ଶିକ୍ଷକ ହୃଷିକେଶ ଦାଶ ସମ୍ମାନୀତ ଅତିଥିଭାବରେ ବିଇଓ ମନୋରଞ୍ଜନ ସେଠୀ,ଭିଇସି ଅଧକ୍ଷ ରାମସୁନ୍ ମଣ୍ଡଳ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଏସ୍ ମଣି ମାଳା ଅଧକ୍ଷତା କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ସ୍କୁଲର ଶିକ୍ଷକ ସିଦ୍ଧାର୍ଥ ଶଙ୍କର ପାଠୀ କରି୍ଥିବା ୋବଳେ ମନୋଜ କୁମାର ବେହେରା ବାର୍ଷିକ ବିବରଣୀ ପଠନ କରିଥିଲେ । ଏଥିସହ ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ମନ ଲଗାଇ ପାଠ ପଢିବା ସମେତ ଗୋଟିଏ ଗୋଟିଏ ବୃକ୍ଷ୍ୟରୋପଣ କରିବାକୁ ନିଜର ବକ୍ତବ୍ୟରେ କହିଥିଲେ । ଶ୍ରୀନାଗ ଆଗକୁ ବାର୍ଷିକ ପରୀକ୍ଷା ପାଖେଇ ଆସୁଥିବା ବେଳେ ବିଦ୍ୟାର୍ଥୀ ମାନେ ଚିନ୍ତାମୁକ୍ତ ହୋଇ ଆତ୍ମ ବିଶ୍ୱାସ ସହ ପଢିବା ପାଇଁ ନିର୍ଦେଶ ଦେଇଥିଲେ । ବାର୍ଷିକ ଉତ୍ସବ ସକାଶେ ପୁର୍ବରୁ ହୋଇଥିବା ପତ୍ରଲିଖନ, ବାର୍ଷିକ ଉତ୍ସବ,ଭାଷଣ ଆଦିରେ କୃତି କାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଶେଷରେ ପୁରସ୍କାର ବିତରଣ କରାଯାଇଥିଲା ।କାର୍ଯ୍ୟକ୍ରମରେ ଶେଷରେ ଶିକ୍ଷକ ସରୋଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।