ରାୟଗଡ ପୌରାଅଂଚଳର ରାସ୍ତାଘାଟ ଅବସ୍ଥା ଶୋଚନୀୟ
ରାୟଗଡା – ରାୟଗଡ। ସହର ମଧ୍ୟରେ ରହିଥିବା ରାସ୍ତାଘାଟର ଦୂରାବସ୍ଥା କହିଲେ ନସରେ । ରାସ୍ତାଘାଟର ସମସ୍ୟା ସୁଧାରିବାର ନାଁ ନେଉନାହିଁ ପୌର ପ୍ରଶାସନ । ପୌର ପ୍ରଶାସନରେ ଥିବା ଆଭ୍ୟନ୍ତରୀଣ ସହରାଂଚଳର ବିଭିନ୍ନ ରାସ୍ତାଘାଟ ଖାଲ ଖମାରେ ପରିପୂର୍ଣ୍ଣ । କେଉଁଠି ଖାଲ ବଡ ତ କେଉଁଠି ବଡ ଆକାରର, ବର୍ଷା ହେଲେ ଗାତରେ ଦୀର୍ଘଦିନ ଧରି ପାଣି ଜମି ରହି ମଶା ବଂଶ ବୃଦ୍ଧିରେ ସହାୟକ ହୋଇଥାଏ । ନାଳନର୍ଦ୍ଦମାରେ ବାଲି, ମାଟି, ପ୍ଲାଷ୍ଟିକ ବୋତଲ, ଜରିବ୍ୟାଗ, ଆଦି ଜମିରହି ବର୍ଷା ହେଲେ ରାସ୍ତା ଉପରେ ପୋଖରୀ ଭଳି ଅବସ୍ଥା ସୃଷ୍ଟିହୁଏ । ଅନେକ ଉଦାହରଣ ଦେଖିବାକୁ ମିଳେ ଯଦି ଘେରାଏ ବୁଲି ଆସିଲେ । ଧର୍ମକୁ ଆଖିଠାର ଭଳି ରାୟଗଡ ପୌର ପ୍ରଶାସନ ନାଳରେ ଜମି ରହିଥିବା ମଇଳା ଆବର୍ଜନା ସଫାକରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ପୁଣି ଧିରେଧିରେ ଅବସ୍ଥା ବିଗିଡିବାରେ ଲାଗିଲାଣି । ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖର ରାସ୍ତା ଉପରେ ବଡବଡ ଗାତ ସୃଷ୍ଟି ହୋଇ ପାଣି ଜମି ରହୁଛି ସେହିଭଳି ଅତିରିକ୍ତ ଜିଲ୍ଲାପାଳଙ୍କ ବାସଭବନ ଠାରୁ ଆରମ୍ଭ କରି କପିଳାସ ହୋଟେଲ ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଖରାପ । ଏପଟେ ହାତୀପଥର ରୋଡରେ ଥିବା ଏଚପି ଗ୍ୟାସ୍ ଅଫିସ ଆଗରେ ରାସ୍ତାରେ ବିରାଟ ବଡ ଗାତ ହୋଇ ପାଣି ଜମିରହୁଥିବା ଦେଖିବାକୁ ମିଳିଛି , ରିଙ୍ଗ ରୋଡରେ ମଧ୍ୟ କେତେକ ସ୍ଥାନରେ ରାସ୍ତାରେ ଗାତ ହୋଇ ପାଣି ଜମିରହୁଛି । ଏଥି ଯୋଗୁଁ ସହରରେ ମଶା ମାଛିଙ୍କ ବଂଶ ଅନାୟସରେ ବୃଦ୍ଧି ପାଇବାରେ ଲାଗିଛି । ଏଣୁ ସହରରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗିଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ରାୟଗଡ ପୌର ପ୍ରଶାସନ ଏ ଦିଗରେ ତ୍ୱରିତ ପଦକ୍ଷପ ଗ୍ରହଣ କରିବା ଆବଶ୍ୟକତା ରହିଛି ବୋଲି ଜନମତ ପ୍ରକାଶ ପାଇଛି ।