ରାୟଗଡ଼ରେ ବିଜେଡ଼ିର ଜୋନ ସ୍ତରୀୟ ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ବିଜେଡ଼ିର ଜୋନ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ଥିଲେ l ଅନ୍ୟତମ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଜିଲ୍ଲା ସଭାପତି ପ୍ରଦୀପ ନାୟକ, ସହ ସଂଯୋଜକ ଜଗଦୀଶ ରାଓ, ଜିଲ୍ଲା ପରିଷଦ ପୂର୍ବତନ ଉପାଧ୍ୟକ୍ଷ ଆର୍. ବିଜୟ କୁମାର, ବ୍ଲକ ସଭାପତି ସୀମା ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ l ମଞ୍ଚାସୀନ ଅତିଥି ମାନଙ୍କୁ ଉପଢୌକନ ଦେଇ ସ୍ଵାଗତ କରିଥିଲେ l ଉକ୍ତ ବୈଠକରେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାୟଗଡ଼ ବ୍ଲକରେ  ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ସଂଖ୍ୟାଧିକ ଭାବେ ପ୍ରତିନିଧି ନିର୍ବାଚନ ହୋଇ ଆସିଥିବାରୁ ପଞ୍ଚାୟତ ସମିତିର ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ନିର୍ବାଚିତ ପ୍ରତିନିଧି ମାନଙ୍କୁ ଲୋକଙ୍କ ନିକଟତର ହୋଇ   ସୁଖର ସାଥୀ ହୋଇ କାମ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସାଂସଦ ଆହ୍ଵାନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧି, ବୁଦ୍ଧିଜିବୀ, ଯୁବକ ଓ ନେତା ଓ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ l ବ୍ଲକ ସଭାପତି ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ