ରାୟଗଡ଼ରେ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ସଦଭାବନା ସଭାଗୃହ ଠାରେ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଡିଓ ରାଜା ରଞ୍ଜିତ ପ୍ରତାପ ବଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ଯୋଗଦେଇ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି, ଡିଆରଡିଏ ନିର୍ବାହୀ ଯନ୍ତ୍ରୀ ଜ୍ୟୋତିରାଜ ଅଧିକାରୀ,ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସସ୍ମିତା କୁମାରୀ ଜେନା, ଏମ୍. ସି ରଶ୍ମିତା ଦାସ ପ୍ରମୁଖ ମଞ୍ଚାସୀନ ଥିଲେ l ଉକ୍ତ ବୈଠକରେ ମନେରଗା, ଜାତୀୟଖାଦ୍ୟ ସୁରକ୍ଷା ଯୋଜନା, ଗ୍ରାମ୍ୟ ସମ୍ବଳ ବ୍ୟକ୍ତିଙ୍କ ଦ୍ଵାରା ହୋଇଥିବା ପଞ୍ଚାୟତ ସ୍ତରୀୟ ଆଦି ବିଭିନ୍ନ ବିଷୟର ସମୀକ୍ଷାର ଆଲୋଚନା ହୋଇଥିଲା l କେତେକ ପଞ୍ଚାୟତର ନାମ ଫଳକରେ ତ୍ରୁଟି ଏବଂ କେସ୍ ରେକର୍ଡ଼ରେ ଅନିୟମିତତା ଥିବା ଗ୍ରାମ୍ୟ ସମ୍ବଳ ବ୍ୟକ୍ତି ମାନେ ବୈଠକରେ ଅଭିଯୋଗ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଏପିଓ ବସନ୍ତ କୁମାର ପଟନାୟକ ପରିଚାଳନା କରିଥିବା ବେଳେ ଜଗତ ମୋହନ ପଟ୍ଟନାୟକ ପରିଚାଳନା ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ