ରାୟଗଡ଼ ଲ୍ୟାମ୍ପ ପରିଚାଳନା ପରିଷଦ ସଭାପତି ନିର୍ବାଚନ : ନିଦ୍ୱନ୍ଦରେ ନିର୍ବାଚିତ ହେଲେ ଅନ୍ତର୍ଯ୍ୟାମୀ ଗମାଙ୍ଗ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନରେ ଥିବା ବହୁମୁଖୀ ସମବାୟ ସମିତି(ଲ୍ୟାମ୍ପ) ର ସଭାପତି ପାଇଁ ଗୁରୁବାର ନିର୍ବାଚନ ହୋଇଥିବା ବେଳେ ବିଜେଡିର ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ ନିର୍ଦ୍ବନ୍ଦ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି I ନିର୍ଦେଶକ ପାଇଁ ୧୫ ଟି ଜୋନ୍ ର ୧୫ ଜଣ ପ୍ରାର୍ଥୀ ଲ୍ୟାମ୍ପ ପରିଚାଳନା ପରିଷଦ ସଦସ୍ୟ ହୋଈଥିବା ବେଳେ ସେମାନଙ୍କ ମଧ୍ୟରୁ ତିନି ଜଣ ମହିଳା ଅଛନ୍ତି l ଆଜି ସଭାପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଥିବାବେଳେ ଅନ୍ତର୍ଯ୍ୟାମୀ ଗମାଙ୍ଗ ସଭାପତି ପାଇଁ ଦାଖଲ କରିଛନ୍ତି l ଆଉ କେହି ବି ନାମାଙ୍କନ ପତ୍ର ଦାଖଲ କରିନଥିଲେ l ଯାହା ଫଳରେ ଜଣେ ମାତ୍ର ଦାଖଲ କରିଥିବାରୁ ନିଦ୍ୱନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ରାସ ବିହାରୀ ପାତ୍ର ସୂଚନା ଦେଇଛନ୍ତି l ପରିଚାଳନା ନିର୍ଦ୍ଦେଶକ ପ୍ରବାଳ ଚନ୍ଦ୍ର ଲିମାଙ୍କ ସମେତ କର୍ମଚାରୀ ମାନେ ଉପସ୍ଥିତ ଥିଲେ l


