ରା.ଉଦୟଗିରି କଂଗ୍ରେସ ପକ୍ଷରୁ ସ୍ୱାଧୀନତାର ଗୌରବ ଯାତ୍ରା ଅନୁଷ୍ଠିତ
ଆର.ଉଦୟଗିରି, (ଦେବାଶିଷ କାର୍ଜି):ଗଜପତି ଜିଲ୍ଲା ଆର.ଉଦୟଗିରି ସହରରେ ଆଜି କଂଗ୍ରେସ ଦଳ ପକ୍ଷରୁ ତ୍ୟାଗ ଓ ବଳିଦାନର ୭୫ ବର୍ଷ ଅତିକ୍ରମ ହୋଇଥିବା ହେତୁ କର୍ମୀମାନେ ଆଜି ସ୍ୱାଧୀନତାର ଗୌରବ ଯାତ୍ରା ପାଳନ କରିଛନ୍ତି l ଏହି ପ୍ରରିପେକ୍ଷୀରେ କଂଗ୍ରେସ ଦଳ ପକ୍ଷରୁ ଆଜି ସ୍ଥାନୀୟ ମେଡିକାଲ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ହାଟପଦା ଯାଏଁ କର୍ମୀମାନେ ହାତରେ ଦଳୀୟ ପତାକା ଓ ବ୍ୟାନର ଧରି ଜାତୀୟ କଂଗ୍ରେସ ଜିନ୍ଦାବାଦ, ମହାତ୍ମା ଗାନ୍ଧୀ ଜିନ୍ଦାବାଦ ଭଳି ବିଭିନ୍ନ ନାରାବାଜି ଦେଇ ସହର ପରିକ୍ରମା କରିଥିଲେ l ୭୫ ବର୍ଷ ଭାରତ ସ୍ୱାଧୀନତାର ଗୌରବ ଯାତ୍ରା ଓ ଅସଂଖ୍ୟ ଦେଶପ୍ରେମୀ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ସମ୍ପର୍କେ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ ଉଦେଶ୍ୱରେ କଂଗ୍ରେସ ପକ୍ଷରୁ ଏହି ପଦଯାତ୍ରା କରାଯାଇଛି ବୋଲି କଂଗ୍ରେସ ଦଳର ବ୍ଲକ ସଭାପତି ଲଷ୍ମୀ ପାଇକ ସୂଚନା ଦେଇଛନ୍ତି l ଅନ୍ୟପଟେ ଦେଶବାସୀ ଓ ଗଜପତି ଜିଲ୍ଲାରେ ରହୁଥିବା ସମସ୍ତ ଜନସାଧାରଣଙ୍କୁ ଦଳ ପକ୍ଷରୁ ଶୁବେତ୍ସା ଓ ଅଭିନନ୍ଦନ ଜଣାଇଛନ୍ତି l ଏହି କାର୍ଯ୍ୟକ୍ରମରେ ଗୋପାଳ ଦଳାଇ , ଲକ୍ଷ୍ମୀ ପାଇକ, ମାଣିକ ରଇତ, ଫିଲିପ ମାଳି, ଗୁରେଖ ପ୍ରଧାନ , ତାପସ ପାଣି, ପାଉଲ ମଡ଼ଙ୍ଗିଆ ଓ ଶେଖର ମାହାଙ୍କୁଡ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l


