ରିକାପଲ୍ଲୀ ସ୍ଥିତ ଶ୍ମଶାନ ଗୃହର ଉନ୍ନତି ସକାଶେ ଡୁଡା ପିଡିଙ୍କୁ ଭେଟିଲେ ଅଂଚଳବାସୀ
ଛତ୍ରପୁର (ଦେବଦତ୍ତ ମହାରଣା): ଛତ୍ରପୁର ସହରର ବହୁ ପୁରାତନ ଶ୍ମଶାନ ତଥା ରିକାପଲ୍ଲୀ ସ୍ଥିତ ଶ୍ମଶାନ ଗୃହର ଉନ୍ନତୀ ଏବଂ ମୋଡେଲ ଶ୍ମଶାନ କରିବା ଦାବୀ ନେଇ ସୋମବାର ଦିନ ଛତ୍ରପୁର ସହରର ବହୁ ବୁଦ୍ଧିଜିବି, ଅଂଚଳବାସୀ ଏବଂ ରାଜନେତା ମାନେ ଡୁଡା ପିଡି ସଚ୍ଚିଦାନନ୍ଦ ନାୟକଙ୍କୁ ଭେଟି ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମଶାନ କୁ ସହରର ୮୦ ପ୍ରତିଶତ ଲୋକ ବ୍ୟବହାର କରି ଆସୁଛନ୍ତି । ସରକାରଙ୍କ ପକ୍ଷରୁ ଶ୍ମଶାନର ଉନ୍ନତି ନିମନ୍ତେ ଛତ୍ରପୁର ଏନଏସି କୁ ଆସିଥିବା ଅର୍ଥ ରାଶି ମାଧ୍ୟମରେ ଏହାର ଉନ୍ନତୀ କରିବା ନିମନ୍ତେ ସେମାନେ ଡୁଡା ପିଡି ଶ୍ରୀ ନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଶ୍ମଶାନ ଟି ଛତ୍ରପୁର ଏନଏସିର ଅନ୍ତର୍ଭୁକ୍ତ ଅଟେ । ରିକାପଲ୍ଲୀ ମୈାଜାର ଖତିଆନ ନଂ ୪୦୨, ପ୍ଲଟ ନଂ ୨୬୨ ଓ ୨୬୩ , ପରିମାଣ ଏସି ୦.୩୫୬ ଓ ଏସି ୦.୬୮୪ , କିସମ ଶ୍ମଶାନର ପଟାର ନକଲ ମଧ୍ୟ ଏହି ସ୍ମାରକ ପତ୍ର ମାଧ୍ୟମରେ ସେମାନେ ପ୍ରଦାନ କରିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ପୁର୍ବତନ କାଉନସିଲର ରାଜେଶ କୁମାର ସାହୁ, ଯୁବ ବିଜେଡିର ଜିଲ୍ଲା ସଭାପତି ଭବାନୀକାନ୍ତ ସାହୁ, ୟୁଥ ମାସ ସେବା ସଂଘର ସମ୍ପାଦକ ସୟଦ ମୁକ୍ତାର , ସମାଜସେବୀ ନରହରି ସ୍ୱାଇଁ, ବଳିଆ ବେହେରା, ବିଜେଡି ଯୁବନେତା ଏନ.ଗିରିଧର, ବି. ଗୋପାଳ ସ୍ୱାମୀ , ପପୁନ କୁମାର ବେହେରା ଓ ରମେଶ ବେହେରା ସମେତ ବହୁ ଅଂଚଳବାସୀ ମାନେ ଉପସ୍ଥିତ ଥିଲେ ।


