ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ହେଲେ ମାଇକେଲ ପାତ୍ର
ନୂଆଦିଲ୍ଲୀ: – ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ବରିଷ୍ଠ ପ୍ରଶାସକ ଶକ୍ତିକାନ୍ତ ଦାସ ଦାୟିତ୍ୱ ତୁଲାଉଥିବା ବେଳେ ଏବେ ଡେପୁଟି ଗଭର୍ଣ୍ଣର ଭାବେ ଓଡ଼ିଆ ଅଧିକାରୀ ମାଇକେଲ ପାତ୍ରଙ୍କୁ ମିଳିଛି ନିଯୁକ୍ତି । ସେ ତିନି ବର୍ଷ ପର୍ୟ୍ୟନ୍ତ ଏହି ଦାୟିତ୍ୱରେ ରହିବେ । ରିଜର୍ଭ ବ୍ୟାଙ୍କର ଚତୁର୍ଥ ଡେପୁଟି ଗଭର୍ଣ୍ଣର ଭାବେ ବିରଳ ଆଚାର୍ୟ୍ୟଙ୍କ ସ୍ଥାନରେ ମାଇକେଲଙ୍କୁ ଏହି ପଦରେ କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ନିଯୁକ୍ତି ଦେଇଛି । ବିରଳ ଆଚ।ର୍ଯ୍ୟ ପଦ ଛାଡିବା ପରେ ଗତ ବର୍ଷ ଜୁଲାଇ ୨୩ ତାରିଖରୁ ଏହା ଫାଙ୍କା ପଡିଥିଲା । ଏଥିଲାଗି ୨୦୧୭ ମସିହାରେ ରିଜର୍ଭ ବ୍ୟାଙ୍କର ବରିଷ୍ଠ ପଦବୀରେ ଥିବା ମାଇକେଲ୍ ପାତ୍ର ଆବେଦନ କରିଥିଲେ। ୧୯୮୫ ମସିହାରେ ସେ ରିଜର୍ଭ ବ୍ୟାଙ୍କରେ ଯୋଗ ଦେଇଥିଲେ । ସେ ସେଂଟ୍ରାଲ ବ୍ୟାଙ୍କର ମନିଟାରୀ ପଲିସି ଡିଭିଜନର ଅତିରିକ୍ତ ଦାୟିତ୍ୱରେ ଥିଲେ । ପାତ୍ର ଅର୍ଥନୀତିରେ ଡକ୍ଟରେଟ କରିଛନ୍ତି ।