ରିଜିଓନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍ ପାଠାଗାରରେ ଆଲମନାଇ କର୍ଣ୍ଣର ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଏନ୍‌.ସି.ଇ.ଆର୍‌.ଟି. ପରିଚାଳିତ ପୂର୍ବ ଭାରତର ଐତିହ୍ୟ ଶିକ୍ଷାନୁଷ୍ଠାନ ରିଜିଓନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍ ପାଠାଗାରରେ ଆଜି ପୁରାତନ ଛାତ୍ରଙ୍କ ଅବଦାନରେ ଏକ ଆଲମନାଇ କର୍ଣ୍ଣର ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ପ୍ରତିଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ପଣ୍ଡା ଓ ପ୍ରାକ୍ତନ ଇଂରାଜୀ ଅଧ୍ୟାପକ ତଥା ବିଶିଷ୍ଟ ଭାଷାତତ୍ତ୍ୱବିତ୍ ପ୍ରଫେସର ବିକ୍ରମ କେଶରୀ ଦାସ ଉପସ୍ଥିତ ରହି ପୁରାତନ ଛାତ୍ରମାନଙ୍କର ଏତାଦୃଶ ଉଦ୍ୟମକୁ ପ୍ରଶଂସା କରିଥିଲେ । ଅଧ୍ୟକ୍ଷ ଅଗ୍ରୱାଲ ଏହି କାର୍ଯ୍ୟକୁ ପ୍ରଶଂସା କରିବା ସହ ପୁରାତନ ଛାତ୍ରମାନଙ୍କର ଏକ ଡାଟାବେସ୍ ପ୍ରସ୍ତୁତି ପାଇର୍ ପୁରାତନ ଛାତ୍ର ସଂସଦକୁ ଅନୁରୋଧ କରିଥିଲେଶ । ପ୍ରତିଷ୍ଠାନର ବରିଷ୍ଠ ପ୍ରଫେସର ଶରତ କୁମାର ଦାଶ ମଧ୍ୟ ନିଜର ବକ୍ତବ୍ୟ ରଖଥିଲେ । ପୁରାତନ ଛାତ୍ର ସୁବାସ ଚନ୍ଦ୍ର ଚୌଧୁରୀ ନିଜ ବିକାଶ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ମାଗଣା କୋଚିଂ, ପତ୍ରପତ୍ରିକା ଆଦି ପ୍ରଦାନ ପାଇଁ ପ୍ରତିଶ୍ରୁତି ରଖିଥିଲେ । ପାଠାଗାର ପ୍ରକୋଷ୍ଠରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ସଂସଦର ସଭାପତି ଦୁର୍ଯ୍ୟୋଧନ ପରିଡ଼ା ସଂଯୋଜନା କରିଥିଲେ । ପାଠାଗାର ଅଧ୍ୟକ୍ଷ ଡକ୍ଟର ପୁଷ୍ପଲତା ନେଗି ତଥା ପାଠାଗାରର କର୍ମଚାରୀ ଏହି ଉଦ୍‌ଘାଟନ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ । ପୁରାତନ ଛାତ୍ର ସଂସଦ ପକ୍ଷରୁ ଉପସଭାପତି ଚକ୍ରଧର ଦାଶ, ଯୁଗ୍ମ ସମପାଦକ ବିଜୟ କୁମାର ରାଉତ, ସଂଗଠନ ସମ୍ପାଦକ ଶରତ ନାୟକ, କାର୍ଯ୍ୟନିର୍ବାହୀ ସଭ୍ୟ ଦେବୀ ପ୍ରସନ୍ନ ମିଶ୍ର, ଡକ୍ଟର ହାଡ଼ିବନ୍ଧୁ ପଟ୍ଟନାୟକ, ରମାବଲ୍ଲଭ ମିଶ୍ର ପ୍ରାଧ୍ୟାପକ ସହଦେବ ମଲ୍ଲିକ, ଏବଂ ଡକ୍ଟର ପ୍ରୀତିଲତା ଜେନା, ଉପଦେଷ୍ଟା ପ୍ରଫେସର ପ୍ରମଥେଶ ଦାଶ, ସଂଯୁକ୍ତା ଦାଶ, ତ୍ରିଲୋଚନ ପଣ୍ଡା, ପ୍ରସନ୍ନ କୁମାର ଭଞ୍ଜ, ଜଗତକୃଷ୍ଣ ଶିଶୁଗୋସ୍ୱାମୀ ଓ ପ୍ରଶାନ୍ତ କୁମାର ଜେନା ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ସମ୍ପାଦକ ରମେଶ ଚନ୍ଦ୍ର ପାତାଳସିଂହ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ