ରିଜିଓନାଲ ଜେନେରାଲ ଅଧ୍ୟକ୍ଷଙ୍କ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍‍): ଲାୟନ୍ସ କ୍ଲବର ଇଣ୍ଟରନାସାନାଲ ଡିଷ୍ଟ୍ରିକ୍ଟ ୩୨୨-ସି-ଜର ଡିଷ୍ଟ୍ରିକ୍ସ ଗଭର୍ଣ୍ଣର ଲାୟନ ବିଶ୍ୱନାଥ ମହାନ୍ତି ଏମ୍‍କେ. ଏଫ୍‍ଙ୍କ ଦ୍ୱାରା ଭୁବନେଶ୍ୱର ଡିଉରିନ୍‍ ତାରକା ହୋଟେଲରେ ରିଜିଓନାଲ ଏବଂ ଜୋନ ଚେୟାରପର୍ସନମାନଙ୍କର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଲାୟନ୍ସ ଜିଲ୍ଲା ଗଭର୍ଣ୍ଣର ଲାୟନ ବିଶ୍ୱନାଥ ମହାନ୍ତି, ଏମଜେ, ଏଫ୍‍ ଉଦ୍‍ଘାଟନ କରିଥିଲେ । ଉକ୍ତ ଉଦ୍‍ଘାଟନୀ ଉତ୍ସବରେ ପୂର୍ବତନ ଜିଲ୍ଲା ଗଭର୍ଣ୍ଣର (ପିଡିଜି) ଲାୟନ୍‍ ସୁରେଶ କୁମାର ପାଢ଼ୀ ଲାୟନ୍ସ ଜିଲ୍ଲା ତରଫରୁ ପ୍ରଶିକ୍ଷଣ ଶିକ୍ଷକ (ଫାକଲ୍‍ଟି ଟିଜର) ଭାବେ ଉପସ୍ଥିତ ରହି ଶିକ୍ଷା ପ୍ରଦାନ କରିଥିଲେ । ଆଇଟି ମାଷ୍ଟର ଭାବେ ଡିଷ୍ଟ୍ରିକ୍ଟ ରେୟାରପର୍ସନ ଜିଏସ୍‍ଟି ଲାୟନ୍‍ ଅଜୟ କୁମାର ମହାପାତ୍ର କମ୍ପ୍ୟୁଟର ବିଷୟରେ ତାଲିମ୍‍ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ କ୍ୟାବିନେଟ୍‍ର ବହୁ ବ୍ୟକ୍ତିତ୍ୱ ଯଥା କ୍ୟାବିନେଟ୍‍ ସେକ୍ରେଟାରୀ ଇଂ ପି.ସି ପାଢ଼ୀ, ପ୍ରଥମ ମହିଳା ତଥା କ୍ୟାବିନେଟ୍‍ କୋଷାଧ୍ୟକ୍ଷ ଲାୟନ୍ସ ରେବତୀ ସ, ଲାୟନ୍‍ ହରିହର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ