ରିଟେଲ ମେଡ଼ିସିନ ଷ୍ଟୋରରେ ଔଷଧ ଅଭାବ

ବୁଗୁଡା, (ଅନିଲ କୁମାର ମହାରଣା):କରୋନା ମହାମାରୀର ପ୍ରଭାବ ଯୋଗୁଁ ଗଂଜାମ ଜିଲ୍ଲାର ଜନସାଧାରଣ ଆଶଙ୍କା ମଧ୍ୟରେ ଥିବା ବେଳେ ରିଟେଲ ମେଡ଼ିସିନ ଷ୍ଟୋର ଗୁଡିକରେ ଔଷଧ ଅଭାବ ରୋଗୀଙ୍କ ମଧ୍ୟରେ ହତାଶ ଭାବ ଦେଖାଦେଲାଣି। ବୁଗୁଡା ଅଞ୍ଚଳର ରିଟେଲ ଔଷଧ ଦୋକାନୀମାନେ ମୁଖ୍ୟତଃ ଆସିକା ଓ ବ୍ରହ୍ମପୁର ସହରର ହୋଲସେଲ ମେଡ଼ିସିନ ଦୋକାନ ଉପରେ ନିର୍ଭର କରିଥାନ୍ତି। ବର୍ତ୍ତମାନ ଏହି ଦୁଇ ସହରର ସମସ୍ତ ହୋଲସେଲ ଔଷଧ ଦୋକାନ ୧୦ ଦିନରୁ ଉର୍ଦ୍ଧ୍ବ ସମୟ ହେଲା ବନ୍ଦ ରହିବା ଯୋଗୁଁ ରିଟେଲ ମେଡ଼ିସିନ ଷ୍ଟୋରକୁ ଔଷଧ ଆସିପାରୁନାହିଁ। ଯାହାଦ୍ୱାରା ଧାରାବାହିକ ବ୍ୟବହାର ହେଉଥିବା ଔଷଧ ଅଭାବ ଦେଖା ଦେଲାଣି। ବହୁଲୋକ ପ୍ରତ୍ୟେକ ଦିନ ବ୍ଲଡ଼ ପ୍ରେସର, ଡାଇବେଟିସ, ଗ୍ୟାଷ୍ଟିକ ପ୍ରଭୃତି ରୋଗ ପାଇଁ ଔଷଧ ବ୍ୟବହାର କରିଥାନ୍ତି। ପ୍ରଶାସନ ନିର୍ଦ୍ଦେଶ ପ୍ରକାରେ ହୋଲସେଲ ଦୋକାନ ବନ୍ଦ ରହୁଥିବା ବେଳେ ରିଟେଲ ଔଷଧ ଦୋକାନ ଖୋଳ ରହିଛି। ହେଲେ ପ୍ରଶ୍ନ ଉଠୁଛି, ଶେଷ ହେଉଥିବା ଔଷଧ ରିଟେଲ ମେଡ଼ିସିନ ଷ୍ଟୋର ମାଲିକମାନେ କ୍ରୟ କରିବେ କିପରି ? ପ୍ରଶାସନ ଏହି ବିଷୟ ଚିନ୍ତାକରି କିଛି ହୋଲସେଲ ଔଷଧ ଦୋକାନ ଖୋଲିବ ପାଇଁ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ