ରିନାରାଣୀ ସାହୁ ରାୟଗଡ଼ ଆଇଆଇସି ଭାବେ ଦାୟିତ୍ବ ନେଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ରାୟଗଡ଼ ଥାନାରେ ନୂତନ ଥାନା ଅଧିକାରୀ ଭାବେ ରିନାରାଣୀ ସାହୁ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଥାନା ଅଧୁକାରୀ ଭାବେ ସୁନୀଲ ବେହେରା ଦାୟିତ୍ଵରେ ଥିଲେ। ଶ୍ରୀ ବେହେରାଙ୍କୁ କାଶୀନଗର ଥାନାକୁ ବଦଳି ହୋଇଯାଇଛି। ତାଙ୍କ ସ୍ଥାନରେ ଗାରାବନ୍ଧ ଥାନା ଅଧିକାରୀ ଥିବା ରୀନାରାଣୀ ସାହୁ ବର୍ତ୍ତମାନ ରାୟଗଡ଼ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ରାୟଗଡା ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିବି ବୋଲି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆଇଆଇସି ରୀନାରାଣୀ ସାହୁ କହିଛନ୍ତି.