ରିପୋର୍ଟ ନଆସିବା ଯାଏଁ କ୍ୱାରେଣ୍ଟାଇନ୍

ଜଗତସିଂହପୁର: କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ପ୍ରଥମେ ନିଜାମୁଦ୍ଧିନ, ତା’ପରେ ପଶ୍ଚିମବଙ୍ଗ ଓ ଏବେ ସୁରଟ ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢାଛନ୍ତି । କରୋନା ଲକଡାଉନ ଯୋଗୁଁ ବାହାରେ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଶା ଫେରୁଛନ୍ତି । ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ବିଭିନ୍ନ ପଞ୍ଚାୟତରେ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯିବାର ବ୍ୟବସ୍ଥା କରାଯାଉଛି । କ୍ୱାରେଣ୍ଟାଇନ ସେଣ୍ଟରରୁ ସ୍ୱାବ ଟେଷ୍ଟା କରି ପରୀକ୍ଷା ପାଇଁ ପଠାଯାଉଥିବାବେଳେ ରିପୋର୍ଟ ଆସିବା ପୂର୍ବରୁ ଅଧିକାଂଶ ସ୍ଥାନାରେ କ୍ୱାରେଣ୍ଟାଇନ ଅବଧି ଶେଷ କରିଥିବା ପ୍ରବାସୀ ଘରକୁ ପଳାଉଥିଲେ । ତେବେ ଏବେ ସ୍ୱାବ ରିପୋର୍ଟ ନଆସିବା ଯାଏଁ କେହି ଘରକୁ ଯାଇ ପାରିବେ ନାହିଁ ବୋଲି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି । କ୍ୱାରେଣ୍ଟାଇନରେ ରହୁଥିବା ପ୍ରବାସୀଙ୍କ ପ୍ରସଙ୍ଗରେ ଜିଲ୍ଲାପାଳ ଏହା କହିଛନ୍ତି । ସେ କହିଛନ୍ତି ଯେ, ସ୍ୱାବ ରିପୋର୍ଟ ନଆସିବା ଯାଏଁ ପ୍ରବାସୀଙ୍କୁ ଘରକୁ ଛଡ଼ାଯିବନି । ୭ ଦିନିଆ କ୍ୱାରେଣ୍ଟାଇନ ଅବଧି ଶେଷ ପରେ ପ୍ରବାସୀମାନେ ଘରକୁ ପଳାଉଥିଲେ । ମାତ୍ର ସ୍ୱାବ ରିପୋର୍ଟ ଆସିବା ପରେ ପଜିଟିଭ ନେଇ ଚିନ୍ତା ବଢୁଥିଲା । ପ୍ରବାସୀଙ୍କୁ ଘରୁ ଆଣିବାକୁ ପଢୁଥିବାରୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଏଭଳି କଡ଼ା ନିୟମ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ