ରିପୋର୍ଟ ମାଗିଲେ ନିର୍ବାଚନ ଆୟୋଗ
ଲକ୍ଷେ୍ନø(ଏଜେନ୍ସି): ଉତ୍ତରପ୍ରଦେଶର ଦେଓବନ୍ଦ ଠାରେ ରବିବାର ଅନୁଷ୍ଠିତ ସମାଜବାଦୀ ପାର୍ଟି (ଏସ୍ପି)-ବହୁଜନ ସମାଜ ପାର୍ଟି (ବିଏସ୍ପି)-ରାଷ୍ଟ୍ରୀୟ ଲୋକ ଦଳ (ଆରଏଲ୍ଡି) ମେଣ୍ଟର ପ୍ରଥମ ନିର୍ବାଚନୀ ରାଲି ଏବେ ବିବାଦ ଘେରକୁ ଆସିଛି । ଏହି ନିର୍ବାଚନୀ ରାଲିରେ ବିଏସ୍ପି ସୁପ୍ରିମୋ ମାୟାବତୀ ମୁସଲମାନ୍ ଭୋଟରଙ୍କୁ ବିଜେପି କିମ୍ବା କଂଗ୍ରେସକୁ ଭୋଟ୍ ନଦେବାକୁ ସିଧାସଳଖ ଆହ୍ୱାନ କରିଥିଲେ । ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ରବିବାର ସ୍ଥାନୀୟ ପ୍ରଶାସନ ଠାରୁ ରିପୋର୍ଟ ତଲବ କରିଛନ୍ତି । ମାୟାବତୀଙ୍କ ଭାଷଣ ଯାଞ୍ଚ ହେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ପ୍ରକାଶଯୋଗ୍ୟ, ଚଳିତ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ କରାଯାଉଥିବା ରାଲି, ଜନସଭା ଆଦି ସମୟରେ ଉପସ୍ଥିତ ଜନତାଙ୍କୁ କୌଣସି ଦଳ ବା ଦଳୀୟ ନେତା ଜାତି, ଧର୍ମ, ଭାଷା ଏବଂ ଅଞ୍ଚଳ ନାମରେ ଭୋଟ୍ ନମାଗିବାକୁ ନିର୍ବାଚନ ଆୟୋଗ ନିୟମ ନିର୍ଦ୍ଧାରିତ କରିଛନ୍ତି । ମାତ୍ର ମାୟାବତୀ ଏବେ ମୁସଲମାନଙ୍କୁ ଧର୍ମ ନାମରେ ଭୋଟ୍ ମାଗି ସମାଜରେ ଭେଦଭାବ ଓ ଉତ୍ତେଜନା ବୃଦ୍ଧି କରୁଛନ୍ତି ବୋଲି ଅଭିଯୋଗ ହୋଇଛି ।