ରିପ୍ଲବିକ ଡେ’ କପ୍ ଫୁଟବଲ୍‌, ପତିତପାବନ ବିଜେତା ଓ ଭଞ୍ଜନଗର ଫୁଟବଲ୍ କ୍ଲବ ଉପବିଜେତା 

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଜିଲ୍ଲା ପ୍ରଶାସନ, ଛତ୍ରପୁର ୟୁରୋ କିଡସ୍ ପ୍ରି’ ସ୍କୁଲ ମିଳିତ ଆନୁକୂଲ୍ୟରେ ୫ ଦିନ ଧରି ଛତ୍ରପୁର ଷ୍ଟାଡିୟମ ଠାରେ ଅନୁଷ୍ଠିତ ରିପ୍ଲବିକ୍ ଡେ’ କପ୍ ଫୁଟବଲ୍ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଜାନୁୟାରୀ ୨୬ ତାରିଖରେ ଅନ୍ତିମ ତଥା ଫାଇନାଲ ମ୍ୟାଚ୍‌ରେ ବ୍ରହ୍ମପୁର ପତିତପାବନ ଫୁଟବଲ୍ କ୍ଲବ ବିଜେତା ହୋଇଥିବା ବେଳେ ଭଞ୍ଜନଗର ଫୁଟବଲ୍ କ୍ଲବ ଉପବିଜେତା ହୋଇଥିଲା । ଉଦ୍‌ଯାପନୀ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ପତିତପାବନ ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ଏବଂ ଉପବିଜେତା ଭଞ୍ଜନଗର ଦଳକୁ ଟ୍ରଫି ସହ ୧୦ ହଜାଟ ଟଙ୍କା ପୁରସ୍କୃତ କରିବା ସହ ୟୁରୋ କିଡସ୍ ପ୍ରି’ସ୍କୁଲ ତରଫରୁ ଯୁବପିଢିଙ୍କୁ କୀଡ୍ରା ପ୍ରତି ଆକୃଷ୍ଟ କରିବା ପାଇଁ ଏଭଳି ପ୍ରୟାସକୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ । ଫାଇନାଲ ମ୍ୟାଚ୍ ବେଶ୍ ରୋମାଞ୍ଚକ ରହିଥିବା ବେଳେ ମ୍ୟାଚ୍‌ର ଶେଷ ସମୟରେ ପତିତପାବନ ଦଳର ସାଗର ଚୌଧୂରୀ ଗୋଟିଏ ଗୋଲ ମାରି ଦଳକୁ ବିଜୟୀ କରିଥିଲେ । ଏଥିପାଇଁ ସେ ଏହି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଓ ୟୁରୋ କିଡସ୍ ପ୍ରି’ସ୍କୁଲର କାର୍ଯ୍ୟକାରୀ ପ୍ରିନ୍ସପାଲ ସସ୍ମିତା ମହାପାତ୍ର, ପରିଚାଳନା ନିର୍ଦ୍ଦେଶକ ଅନୀଲ ରେଡ୍ଡୀ ଯୋଗଦେଇ କୃତୀ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଶକ୍ତି ଆଣ୍ଡ୍ ଏଜୁକେସନ ଓ ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ ୟୁରୋ କିଡସ୍ ପ୍ରି’ସ୍କୁଲର ଶିକ୍ଷୟିତ୍ରୀ କାଜଲ ପଣ୍ଡା ସଂଯୋଜନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସ୍କୁଲର କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ଗୌଡ ଏବଂ ସହରର କ୍ରୀଡାବିତ୍‌ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ