ରିମାଣ୍ଡରେ ଗଲେ ଚିତାମ୍ବରମ୍
ନୂଆଦିଲ୍ଲୀ : ବୁଧବାର ସଂନ୍ଧ୍ୟାରେ ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିତାମ୍ବରମ୍ଙ୍କୁ ଗୁରୁବାର ସିବିଆଇ କୋର୍ଟରେ ହାଜର କରାଯାଇଥିଲା । ସିବିଆଇ ପକ୍ଷରୁ ଚିତାମ୍ବରମଙ୍କୁ ଦିଲ୍ଲୀ ସିବିଆଇ କୋର୍ଟରେ ହାଜର କରି ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା କିନ୍ତୁ ସିବିଆଇର ଯୁକ୍ତିକୁ ଗ୍ରହଣ କରି ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଅବଧି ଦେଇଛି । ଚିତାମ୍ବରମଙ୍କ ଓକିଲଙ୍କ ଉପସ୍ଥାପନାକୁ ଖାରଜ କରିଦିଆଯାଇଛି । ଏହା ସହ ପି ଚିତାମ୍ବରମ ସିବିଆଇକୁ ସହଯୋଗ କରୁନଥିବା ଦର୍ଶାଯାଇଛି ।