ରିଲାଏନ୍ସ ନିପ୍ପନ ଲାଇଫ ଇନସୁରାନ୍ସ ପକ୍ଷରୁ ‘ନିଶ୍ଚିତ ସମୃଦ୍ଧିି’ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଘରୋଇ ଜୀବନ ବୀମା କମ୍ପାନୀ ରିଲାଏନ୍ସ ନିପ୍ପନ ଲାଇଫ ଇନସୁରାନ୍ସ କମ୍ପାନୀ ଲିମିଟେଡ ଏହାର ନୂତନ ଯୋଜନା, ରିଲାଏନ୍ସ ନିପ୍ପନ ଲାଇଫ ‘ନିଶ୍ଚିତ ସମୃଦ୍ଧିି’ ଯୋଜନାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ଏହା ଏକ ନନ୍ ଲିଙ୍କଡ୍, ବ୍ୟକ୍ତିଗତ ସେଭିଂ ଲାଇଫ୍ ଇନସ୍ୟୁରାନ୍ସ୍ । ଏହା ସୁପରିୟର, ଟିକସମୁକ୍ତ, ସୁନିଶ୍ଚିତ ରିଟର୍ଣ୍ଣ ପ୍ରଦାନ କରେ । ଏହି ଯୋଜନା, ଶିଶୁ ଜନ୍ମରୁ ଅବସର ପର୍ଯ୍ୟନ୍ତ ଏକାଧିକ ଜୀବନ ବୀମା ସମାଧାନ ଉପଲବ୍ଧ କରାଇବାକୁ ସକ୍ଷମ । ଏହା ଗ୍ରାହକଙ୍କୁ ଦୁଇଟି ବିକଳ୍ପ ଇନକମ ଅପସନ ଏବଂ ଏଣ୍ଡୋମେଂଟ ଅପସନ ମଧ୍ୟରେ ଏକ ପସନ୍ଦର ବିନିଯୋଗ କରିବାକୁ ଫ୍ଲେକ୍ସିବିଲିଟି ପ୍ରଦାନ କରିଥାଏ । ଯୋଜନାର ମୁଖ୍ୟ ବୈଶିଷ୍ଟ୍ୟ ଗୁଡିକ ମଧ୍ୟରେ ବୟସ ୧ ରୁ ୫୫ ବର୍ଷ ପର୍ଯ୍ୟନ୍ତ ଲାଇଫ୍ କଭର ସୁବିଧା ।ଏକ ସୀମିତ ସ୍ୱଳ୍ପ ମିଆଦି ୧,୬ କିମ୍ବା ୭ ବର୍ଷ ଧରି ପଲିସି ଟର୍ମ ପାଇଁ ଜୀବନ ବୀମା କଭର ।ସର୍ଭାଇଭାଲ ଏବଂ ମାଚ୍ୟୁରିଟି ଉପରେ ନିଶ୍ଚିତ ଲାଭ । ଆର୍ଥିକ ଲକ୍ଷ୍ୟ ଉପରେ ଆଧାର କରି ଦୁଇଟି ଆକର୍ଷଣୀୟ ଯୋଜନା ବିକଳ୍ପରୁ ବାଛିବା ପାଇଁ ସୁବିଧା । ଏକାଧିକ ପ୍ରିମିୟମ ଦେୟ ମୋଡର ଉପଲବ୍ଧତା; ଉଭୟ ଅନଲାଇନ ଏବଂ ଅଫଲାଇନ ବିକଳ୍ପ । କଭରେଜ ସୁବିଧ।। ପାଇଁ ଏକାଧିକ ରାଇଡର ବିକଳ୍ପ ଉପଲବ୍ଧ ।ଏକ ପ୍ରତିଯୋଗିତାମୂଳକ ହାରରେ ପଲିସି ଉପରେ ଳାଭ ପ୍ରଦାନ । ଆୟକର ଅଧିନିୟମ, ୧୯୬୧ ଅନୁଯାୟୀ ଟିକସ ସୁବିଧା । ଏହି ଯୋଜନାର ଇନକମ ବିକଳ୍ପ ଅନୁଯାୟୀ, ଜଣଙ୍କୁ ୬ କିମ୍ବା ୭ ବର୍ଷର ସୀମିତ ସମୟ ପାଇଁ ପ୍ରିମିୟମ ଦେବାକୁ ପଡିବ ଏବଂ ୭/୮ ବର୍ଷ ପରେ, ପଲିସିଧାରୀ ୨୦ ବର୍ଷ ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ନିୟମିତ ଆୟ ଉପଭୋଗ କରିବେ । ଏହା ସହିତ, ମାଚ୍ୟୁରିଟି ଉପରେ ଏକ ସୁନିଶ୍ଚିତ ଲମ୍ପସମ ଲାଭ ମଧ୍ୟ ପାଇବେ । ୩୦ ବର୍ଷ ବୟସ୍କ ପୁରୁଷଙ୍କ ପାଇଁ, ବାର୍ଷିକ ୩ ଲକ୍ଷ ଟଙ୍କା ୭ ବର୍ଷ ପାଇଁ ଦେବେ । ଏହି ବିକଳ୍ପ ୫.୯୨% ରିଟର୍ଣ୍ଣ ପ୍ରଦାନ କରିଥାଏ । ଏହା ୨୮ ବର୍ଷର ପଲିସି ଅବଧି ମଧ୍ୟରେ ଜୀବନ ବୀମା କଭର ପ୍ରଦାନ କରିଥାଏ । ଏହି ଯୋଜନାର ଏଣ୍ଡୋମେଂଟ ବିକଳ୍ପ ଅଧୀନରେ, ଥରେ କିମ୍ବା ୬ କିମ୍ବା ୭ ବର୍ଷର ସୀମିତ ସମୟ ପାଇଁ ପ୍ରିମିୟମ ଦେବାକୁ ବାଛି ପାରିବେ । ମାଚ୍ୟୁରିଟି ଉପରେ, ଚାରୋଟି ସମାନ ବାର୍ଷିକ କିସ୍ତିରେ ଏକ ଲମ୍ପସମ ଲାଭ ପ୍ରଦାନ କରାଯିବ । ୩୦ ବର୍ଷ ବୟସ୍କ ପୁରୁଷଙ୍କ ପାଇଁ ୭ ବର୍ଷ ଧରି ବାର୍ଷିକ ୩ ଲକ୍ଷ ଦେବାକୁ ପଡ଼ିବ । ଏହାପରେ ୫.୮୭% ରିଟର୍ନ ଉପଲବ୍ଧ ହେବା ସହିତ ୨୦ ବର୍ଷର ପଲିସି ଅବଧି ମଧ୍ୟରେ ଜୀବନ ବୀମା କଭର ପ୍ରଦାନ କରାଯିବ । ଏହି ଉତ୍ପାଦର ଶୁଭାରମ୍ଭ ସମ୍ପର୍କରେ ସୂଚନା ଦେଇ ରିଲାଏନ୍ସ ନିପ୍ପନ ଲାଇଫ ଇନସୁରାନ୍ସର ଇଡି ଏବଂ ସିଇଓ ଆଶିଷ ଭୋରା, କହିଲେ, ଆମର ବୀମା ତାଲିକାରେ ଏପରି ଗ୍ୟାରେଂଟି ସଂଚୟ ବୀମା ଯୋଜନା ସଂଯୁକ୍ତ କରିଥିବାରୁ ଆମେ ଉତ୍ସାହିତ । ବଜାରରେ ଗତ ୬-୭ ବର୍ଷ ମଧ୍ୟରେ ସୁଧ ହାରରେ ହ୍ରାସ ପାଇଛି । ଏହା ଦୀର୍ଘକାଳୀନ, ଟିକସ ଦକ୍ଷତା, ସୁନିଶ୍ଚିତ ଆର୍ଥିକ ଉତ୍ପାଦ ଭାବେ ବଜାରରେ ନୂତନ ଅଧ୍ୟାୟ ସୃଷ୍ଟିି କରିବାକୁ ସକ୍ଷମ ହେବ । ଏହି ଉତ୍ପାଦ ପ୍ରୋଭିଡେସ୍ଷ୍ଟାକ୍ସ ମାଗଣା ଏବଂ ସମ୍ପୂର୍ଣ୍ଣ ଗ୍ୟାରେଂଟି ଲାଭ, ଦରମା ପ୍ରାପ୍ତ, ସ୍ୱୟଂ ନିଯୁକ୍ତ ତଥା ବ୍ୟବସାୟୀଙ୍କ ଦୀର୍ଘକାଳୀନ ଲକ୍ଷ୍ୟ ପୂରଣ କରିବା ପାଇଁ ଉପଯୋଗୀ । କୌଣସି ଦୁର୍ଭାଗ୍ରଜନକ ପରିସ୍ଥିତିରେ ପଲିସିଧାରୀଙ୍କ ପରିବାର ପାଇଁ ଏହା ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରେ । ଏହି ଯୋଜନାର ଏକ ଇନକମ ଅପସନ ଅଧୀନରେ, ୫୦ ବର୍ଷ ବୟସ୍କ ପୁରୁଷଙ୍କ ପାଇଁ, ୭ ବର୍ଷର ପ୍ରିମିୟମ ବାର୍ଷିକ ୩ ଲକ୍ଷ ଟଙ୍କା ଦେବାକୁ ପଡ଼ି । ଏହା ପରେ ୮ମ ବର୍ଷ ଶେଷରୁ ୨୦ ବର୍ଷ ପାଇଁ ୧.୫ ଲକ୍ଷ ଏବଂ ମାଚ୍ୟୁରିଟି ଲାଭ ୨୫.୬ ଲକ୍ଷ ଟଙ୍କା ଉପଲବ୍ଧ ହେବ । ଭୋରାଙ୍କ ଅନୁଯାୟୀ, ଅବସର ଯୋଜନାକୁ ସୁରକ୍ଷିତ ରଖିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ଆୟ ବିକଳ୍ପ । ବ୍ୟବସାୟ ଆୟରୁ ଅସ୍ଥିରତାକୁ ସନ୍ତୁଳିତ କରିବା ପାଇଁ ନିୟମିତ ଆୟର ଏକ ବିକଳ୍ପ ଷ୍ଟ୍ରିମ ସୃଷ୍ଟି କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହି ଯୋଜନା ବେଶ୍ ଉପଯୋଗୀ । ଏହାର ଏଣ୍ଡୋମେଂଟ ବିକଳ୍ପ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ପିଲାମାନଙ୍କର ଶିକ୍ଷା ପାଇଁ କିମ୍ବା ଦୀର୍ଘକାଳୀନ ଧନ ସୃଷ୍ଟି ପାଇଁ ଯୋଜନା କରିବାରେ ସାହାଯ୍ୟ କରିପାରିବ ।