ରିଲାକ୍ସ ଥେରାପି

ବ୍ୟାୟାମର ସୁପ୍ରଭାବ ଆମ ଶରୀର ଉପରେ କେତେକ ପଡିଥାଏ ତାହା ଅନୁଭବୀ ହିଁ ଜାଣେ । ସେଥିପାଇଁ ଆଜିକାଲି ଅନେକେ ଏହାକୁ ଦୈନନ୍ଦିନ ଜୀବନ ତାଲିକାରେ ସାମିଲ କରିଛନ୍ତି । ପ୍ରତିଦିନ ସକାଳୁ ଅଧ ଘଣ୍ଟାଏ ଚାଲିଲେ ତାହା ଶରୀରକୁ ସତେଜ ରଖିଥାଏ । ଏବେ ଅନେକ ବ୍ୟାୟାମ କରିବା ସମୟରେ ଗୀତ ଶୁଣୁଥିବାର ଦେଖିବାକୁ ମିଳୁଛି । ଏହା ଦ୍ୱାରା ମନ ପ୍ରଫୁଲ୍ଲ ରହିଥାଏ । ଅପରପକ୍ଷରେ ଏହି ସମୟରେ ଗୀତ ଶୁଣିବା ଦ୍ୱାରା ବ୍ୟାୟାମ କରିବାର ଏକାଗ୍ରତା ପ୍ରଭାବିତ ହୋଇଥାଏ ବୋଲି କେତେକ ମତ ଦିଅନ୍ତି । ହେଲେ ଏହା ଠିକ୍ ନୁହେଁ ବୋଲି ୱାଶିଂଟନ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ ପ୍ରକାଶ କରିଛନ୍ତି । ବ୍ୟାୟାମ ସମୟରେ ଗୀତ ଶୁଣିବାକୁ ସେମାନେ “ରିଲାକ୍ସ ଥେରାପି’ ନାମରେ ନାମିତ କରିଛନ୍ତି । ହେଲେ ଏହି ସମୟରେ ହାଲକା ମ୍ୟୁଜିକ ଶୁଣିବା ଭଲ ବୋଲି ସେମାନେ ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ