ରିଲିଜ୍ ହେଲା ‘ଗୁଲାବୋ ସୀତାବୋ’

ମୁମ୍ବାଇ: ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ସିନେମା ‘ଗୁଲାବୋ ସୀତାବୋ’ ଶେଷରେ ଶୁକ୍ରବାର ଆମାଜନ ପ୍ରାଇମରେ ରିଲିଜ୍ ହୋଇଛି। ଥିଏଟ୍ରିକାଲ ସ୍କ୍ରିନିଂ ପାଇଁ ତିଆରି କରାଯାଇଥିବା ଏହା ହେଉଛି ପ୍ରଥମ ବଡ଼ ଫିଲ୍ମ, ଯାହାକୁ ଫିଲ୍ମ ନିର୍ମାତା ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରିଛନ୍ତି। ଫିଲ୍ମ ସମୀକ୍ଷକ ତରନ ଆଦର୍ଶ ଏହି ଫିଲ୍ମକୁ ୫ରୁ ୩.୫ ଷ୍ଟାର୍ ଦେବା ସହିତ ଏହା ଏକ ବହୁତ ସୁନ୍ଦର ସିନେମା ବୋଲି କହିଛନ୍ତି। ସୋସାଲ ମିଡ଼ିଆରେ ଫିଲ୍ମକୁ ନେଇ ଦର୍ଶକଙ୍କ ପ୍ରତିକ୍ରିୟା ମଧ୍ୟ ଆସୁଥିବା ଦେଖିବାକୁ ମିଳୁଛି। ଏହି ଫିଲ୍ମ ଦେଖିବା ପରେ ଜଣେ ଦର୍ଶକ ଲେଖିଛନ୍ତି, ଏହା ଏକ ସୁନ୍ଦର ସିନେମା ହୋଇଥିବା ବେଳେ ଏହାର କାହାଣୀ ଜବରଦସ୍ତ ରହିଛି ଏବଂ ଏଥିରେ କଳାକାରମାନଙ୍କ ଅଭିନୟ ମଧ୍ୟ ଆକର୍ଷଣୀୟ ହୋଇଛି। ହାଲୁକା ମଜାଳିଆ ଅନ୍ଦାଜରେ ଦେଖାଯାଇଥିବା ସତ୍ୟକୁ ବେଶ୍ ବାସ୍ତବିକ ଭାବେ ଶେଷ କରାଯାଇଛି। ‘ଗୁଲାବୋ ସୀତାବୋ’ ଏକ ମଜାଦାର ସିନେମା ବୋଲି ଅନ୍ୟଜଣେ କହିଛନ୍ତି। ତେବେ ସୋସାଲ ମିଡିଆରେ ଦିଆଯାଇଥିବା ପ୍ରତିକ୍ରିୟାରେ ଅଧିକାଂଶ ଦର୍ଶକ ଫିଲ୍ମର କାହାଣୀ ଭଲ ହୋଇ ନାହିଁ ବୋଲି କହିଛନ୍ତି। ଏହି ଫିଲ୍ମକୁ ନେଇ ଜଣେ ଦର୍ଶକ ଲେଖିଛନ୍ତି, ଏକ କମାଲ ହ୍ୟୁମାନ୍ ଷ୍ଟୋରୀ। ଲୋଭ ଆମ ମାନଙ୍କ ଠାରେ କେବେ ବି ଶେଷ ହୁଏ ନାହିଁ। ସୁଜିତ ସରକାର ଓ ଜୁହୀ ଚତୁର୍ବେଦୀ ସବୁବେଳେ ଏକ ଦମଦାର କମ୍ବିନେସନ ପ୍ରମାଣିତ ହେବାରେ ଲାଗିଛନ୍ତି। ‘ଗୁଲାବୋ ସୀତାବୋ’ ଫିଲ୍ମକୁ ମିଳୁଥିବା ପ୍ରତିକ୍ରିୟା ମିଶ୍ରିତ ରହିଛି। କେତେକ ଲୋକ ଫିଲ୍ମକୁ ପ୍ରଶଂସା କରୁଥିବାବେଳେ କେତେକଙ୍କୁ ଏହା ପସନ୍ଦ ଆସୁ ନାହିଁ। ଜଣେ ଦର୍ଶକ ଲେଖିଛନ୍ତି ଆଜି ପର୍ଯ୍ୟନ୍ତର ସବୁଠାରୁ ବୋରିଂ ସିନେମା। ଭଲ ହେଲା ଏହା ଫିଲ୍ମ ହଲରେ ରିଲିଜ୍ ହୋଇ ନାହିଁ। ସମସ୍ତ କଳାକାରଙ୍କ ଅଭିନୟ ଜବରଦସ୍ତ ରହିଛି, ହେଲେ କାହାଣୀ କିଛି ବି ନାହିଁ। ଏହାକୁ ଦେଖିବା ବେଳେ ମୁଁ ଶୋଇ ଯାଇଥିଲି। ଏଭଳି ଫିଲ୍ମ କାହିଁକି ତିଆରି କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଅନ୍ୟଜଣେ ପ୍ରଶଂସକ ମନୋଜ ବାଜପେୟୀଙ୍କ ଏକ ମିମ୍ ଶେୟାର କରି ଏଭଳି ବକବାସ କାହିଁକି କରିଛ ବୋଲି କହିଛନ୍ତି। ’ଗୁଲାବୋ ସୀତାବୋ’ ଆମାଜନ ପ୍ରାଇମରେ ଷ୍ଟ୍ରିମିଂ ହେବା ପରେ ଏହାକୁ ନେଇ ଅନେକଗୁଡ଼ିଏ ମିମ୍ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଦର୍ଶକଙ୍କ ପ୍ରତିକ୍ରିୟା ଦେଖିବା ପରେ ଏହା ଏକ ଆଭରେଜ୍ ସିନେମା ବୋଲି ଜଣାପଡ଼ୁଛି। ଦୁଇ ଅଭିନେତାଙ୍କ ଅଭିନୟ ଜବରଦସ୍ତ ଥିବାବେଳେ କାହାଣୀ ଦୁର୍ବଳ ଥିବା ଭଳି ମନେହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ