ରିଲିଜ୍ ହେଲା “ତାନାଜି: ଦ ଅନସଙ୍ଗ ୱାରିୟର” ର ନୂଆ ପୋଷ୍ଟର
ପୁଣି ଥରେ ବଡ ପରଦାରେ କାଜଲ ଓ ଅଜୟ ଦେବଗନଙ୍କ ଯୋଡି ଦେଖିବାକୁ ମିଳିବ । ଅଜୟ ଦେବଗନ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ “ଦ ଅନସଙ୍ଗ ୱାରିୟର’ର ନୂଆ ପୋଷ୍ଟର ଶେୟାର କରିଛନ୍ତି । ଓମ ରାଉତ ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ ଏଥିରେ ଶୈଫ ଅଲି ଖାଁଙ୍କୁ ମଧ୍ୟ ଦେଖିବାକୁ ମିଳିବ ।ପ୍ରଥମେ ଖବର ଆସିଥିଲା କି ଅଜୟ ଦେବଗନଙ୍କ ଅଭିନୀତ ଏହି ଫିଲ୍ମ “ତାନାଜି: ଦ ଅନସଙ୍ଗ ୱାରିୟର’ ନଭେମ୍ବର ୨୨ରେ ରିଲିଜ୍ ହେବ । ହେଲେ ଏବେ ଏହାର ରିଲିଜ୍ ଡେଟ୍ରେ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି । ଅଜୟ କହିଛନ୍ତି ଏହା ଆସନ୍ତା ବର୍ଷ ଜାନୁୟାରୀ ୧୦ରେ ରିଲିଜ୍ ହେବ । ଏହାସହ ଫିଲ୍ମର ନାମରେ ମଧ୍ୟ ପରିବର୍ତ୍ତନ କରାଯାଇଥିବା ସେ କହିଛନ୍ତି । ଏହାକୁ ତାନାଜି ବଦଳରେ “ତାହ୍ନାଜି:ଦ ଅନସଙ୍ଗ ୱାରିୟର’ ରଖାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏଥିରେ ଅଜୟ ଛତ୍ରପତି ଶିବାଜୀଙ୍କ ସେନାର ମରାଠା କମାଣ୍ଡର ତାନାଜି ମାଲୁସର ଭୂମିକାରେ ନଜର ଆସିବେ ।


