ରିଲିଜ ଅପେକ୍ଷାରେ ଅମିତାଭଙ୍କ ‘ଚେହ୍‌ରେ’

ନୂଆଦିଲ୍ଲୀ: କରୋନା କଟକଣା କୋହଳ ହେବା ପରେ ଭାରତୀୟ ଚଳଚ୍ଚିତ୍ର ଜଗତରେ ଭଲ ବ୍ୟବସାୟ ହୋଇପାରେ ବୋଲି ଆଶା କରାଯାଉଛି। ଅମିତାଭ ବଚ୍ଚନ ଏବଂ ଇମ୍ରାନ ହାଶମିଙ୍କ ଅଭିନୀତ ରହସ୍ୟ ଥ୍ରୀଲର ଚେହ୍‌ରେ ୨୭ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରୁମି ଜାଫ୍ରି। ଫିଲ୍ମ ଚେହ୍‌ରେ କାହାଣୀ ମଜଭୁତ୍‌ ହେବା ସହିତ ଏହାର ଏକ ସ୍ବତନ୍ତ୍ର ମହତ୍ତ୍ବ ମଧ୍ୟ ରହିଛି। ଯାହା ଦର୍ଶକଙ୍କୁ ବିଭୋର କରିବ ବୋଲି ସହ-ନିର୍ମାତା ଆନନ୍ଦ ପଣ୍ଡିତ ଏକ ବିବୃତ୍ତିରେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ