ରିଲିଜ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘କଲଙ୍କ

ଆଜି ରିଲିଜ ହେଲା କରନ୍‌ ଜୋହରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘କଲଙ୍କ’। ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଥିବା ଏହି ମଲ୍ଟି ଷ୍ଟାରର ଫିଲ୍ମରେ ବରୁନ୍‌ ଧୱନ, ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ମାଧୁରୀ ଦିକ୍ଷୀତ୍‌ ଓ ଆଦିତ୍ୟ ରୟ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ଏକ ପିରିୟଡିକ୍‌ ଡ୍ରାମ୍‌ ଫିଲ୍ମ। ଏହି ଫିଲ୍ମକୁ ନେଇ ସିନେ ପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ଦେଖିବାକୁ ମିଳିଛି।ଅନେକ ବଲିଉଡ୍‌ ସେଲିବ୍ରିଟି ମଧ୍ୟ ଫିଲ୍ମ ଦେଖିବା ପରେ ତାଙ୍କୁ ଏହି ଫିଲ୍ମ ଖୁବ୍‌ ଭଲ ଲାଗିବା କଥା ସୋଶାଲ୍‌ ମିଡିଆରେ ସୂଚନା ଦେଇଛନ୍ତି।
ଫିଲ୍ମ ନିର୍ମାତା ମିଲାପ ଏହି ଫିଲ୍ମର ଖୁବ୍‌ ପ୍ରଶଂସା କରି ଟ୍ୱିଟ୍‌ କରିଛନ୍ତି। ସେ ଲେଖିଛନ୍ତି, ‘କଲଙ୍କ’ର କହାଣୀ ଖୁବ୍‌ ସୁନ୍ଦର। ନିର୍ଦ୍ଦେଶକ ଅଭିଷେକ ବର୍ମନ୍‌ ଖୁବ୍‌ ଭଲ କାମ କରିଛନ୍ତି। ବରୁନ୍‌ ଧୱନ୍‌ ଏକ୍ସଟ୍ରା ଅଡିନାରୀ। ସେ ପୂରା ଫାଷ୍ଟକ୍ଲାସ୍‌ କାମ କରିଛନ୍ତି। ଆଲିଆ ମଧ୍ୟ ଖୁବ୍‌ ସୁନ୍ଦର କାମ କରିଛନ୍ତି। ଆଦିତ୍ୟ ଜଣେ ପ୍ରତିଭାଶାଳୀ ଅଭିନେତା। ସୋନାକ୍ଷୀ ଏଥିରେ ସମସ୍ତଙ୍କ ମନ କିଣି ନେଇଛନ୍ତି। କରନ୍‌ ଜୋହର, ସାଜିଦ୍‌ ଭାଇ, ଫକ୍ସ ଷ୍ଟାର ଷ୍ଟୁଡିଓ ଖୁବ୍‌ ଜବରଦସ୍ତ ପ୍ରଯୋଜକ।’
ଆହୁରି ଅନେକ ସେଲିବ୍ରିଟି ଏହି ଫିଲ୍ମର ଖୁବ୍‌ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ