ରିଲିଫ୍ କଲୋନୀ ଙ୍କୁ ପଟ୍ଟା ମିଳିବା ଉଜ୍ଜଳ

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ରେ ୧୯୮୦ ମସିହା ସେପଟେମ୍ବର ମାସ ୧୭ ତାରିଖ ଦିନ ରାତି ସମୟରେ କାଶୀନଗର ଠାରେ ଥିବା ବଂଶଧାରା ନଦୀରେ ହୋଇଥିବା ମହା ପ୍ରଳୟଙ୍କରୀ ବନ୍ୟାରେ କାଶୀନଗର ବାସୀମାନେ ବାସ ହରା ହୋଇ ଯେଉଁ କ୍ଷୟ କ୍ଷତି ଘଟିଛି ତାହା କାଶୀନଗର ବାସୀ ଏବେ ପର୍ଯ୍ୟନ୍ତ ଭୁଲି ପାରି ନାହାନ୍ତି। ବାସହରା ଲୋକ ମାନଙ୍କୁ ଥଇଥାନ କରିବା ପାଇଁ ସେତେବେଳେ କଂଗ୍ରେସ ସରକାରଙ୍କ ଅମଳରେ ଟାଟା ଓ ଲୁଥୋରିନ କମ୍ପାନୀ କାଶୀନଗର ଆସି ଏଠାରେ ଥିବା ମଲିକାର୍ଜ୍ଜୁନ ମନ୍ଦିର ଜମି କିଣି ସେତେବେଳର ଜିଲ୍ଲପାଳ ରାଜ ଲକ୍ଷ୍ମୀ କଲୋନୀ ଘର ମାନ ନିର୍ମାଣ କରି ପୂର୍ବ ତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ବାରା ବାସହରା ଲୋକମାନଙ୍କୁ କଲୋନୀ ଗୃହ ବଣ୍ଟନ କରାଯାଇଥିଲା। ବର୍ତ୍ତମାନ ଯେଉଁମାନେ ଘର ପାଇଥିଲେ ପ୍ରାୟ ସେମାନେ ଘର ଗୁଡ଼ିକୁ ବିକ୍ରି କରିଦେଇ ବାହାରକୁ ଚାଲି ଯାଇଛନ୍ତି ଓ କେତେଜଣ ମୃତ୍ୟୁ ବରଣ ହୋଇଯାଇଥିବା ସୂଚନା ମିଳୁଛି। ଏମାନଙ୍କୁ ଯେଉଁ କଲୋନୀ ଗୃହ ବଣ୍ଟନ କରାଯାଇଥିଲା କିନ୍ତୁ ଏବେ ପର୍ଯ୍ୟନ୍ତ ଗୃହ ପଟ୍ଟା ପ୍ରଦାନ କରାଯାଇନାହିଁ। ବହୁଦିନ ତଳେ ଏହି କଲୋନୀ ର ସେତେବେଳ ର ୱାର୍ଡ ସଭ୍ୟ ମୁକୁଡୁ କ୍ରିଷ୍ଣା କଲୋନୀ ବାସିନ୍ଦା ଙ୍କୁ ନେଇ ପଟ୍ଟା ପାଇବା ପାଇଁ ତହସିଲଦାର ଙ୍କ ନିକଟରେ ଦାବୀ ଉପସଥାପନା କରି ଥିଲେ। ଗୃହ ପଟ୍ଟା ନ ଥିବା ହେତୁ ଏନ ଏ ସି ପାନୁ ମିଳିପାରିନାହିଁ ଏବଂ ଜାତିଗତ ପ୍ରମାଣପତ୍ର, ରାସିଦେନ୍ସ ପ୍ରମାଣପତ୍ର ,ଆୟ ପ୍ରମାଣପତ୍ର ଓ ବ୍ୟାଙ୍କ ଠାରୁ ଋଣ ପାଇବାରୁ ବଞ୍ଚିତ ହେଉଛନ୍ତି। ଏମାନଙ୍କ ଅସୁବିଧା ବିଷୟରେ ଅବଗତ ହୋଇ ବର୍ତ୍ତମାନ କାଶୀନଗର ତହସିଲଦାର ଅଶୋକ କୁମାର ପ୍ରଧାନଙ୍କ ଦ୍ଵାରା ଆୟୋଜିତ ବୈଠକରେ କାଶୀନଗର ଏନ ଏ ସି ଅଧ୍ୟକ୍ଷା ଏମ ସୁଧରଣି,କାର୍ଯନିର୍ବାହୀ ଅଧିକାରୀ ଆଶିଷ ପ୍ରଧାନ, ବରିଷ୍ଠ ନାଗରିକ ହୃଷୀକେଶ ଗୌଡ, ଏନ୍ ଏ ସି ଉପାଧ୍ୟକ୍ଷ ରଘୁରାମ ସାହୁ ଯୋଗ ଦେଇ ଏହି କଲୋନୀ ବାସୀଙ୍କୁ ପଟ୍ଟା ପ୍ରଦାନ କରିବା ନିମନ୍ତେ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବା ପାଇଁ ସ୍ଥିର କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ