ରିଲିଫ୍ କୋର୍ଡ ସଂଶୋଧନ ଦାବୀରେ ନବନିର୍ମାଣ କୃଷକ ସଂଗଠନ ଚାନ୍ଦବାଲି ତହସିଲ ଘେରାଉ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରିଲିଫ୍ କୋର୍ଡ୍ ସଂଶୋଧନ ଓ ସମସ୍ତ କଚ୍ଚା ଘର ଚାଷୀଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଦାବୀରେ ଚାନ୍ଦବାଲି ତହସିଲ ଅଫିସ୍ ଘେରିଛି ନବନିର୍ମାଣ କୃଷକ ସଂଗଠନ। ସଂଗଠନର ବ୍ଲକ୍ ସଂଯୋଜକ କୃଷ୍ଣଚନ୍ଦ୍ରଙ୍କ ଆହ୍ବାନ କ୍ରମେ ଶହ ଶହ ଚାଷୀ ବିକ୍ଷୋଭରେ ସାମିଲ ହୋଇଥିଲେ। ସ୍ଥାନୀୟ କାଳୀ ମନ୍ଦିର ଠାରୁ ଏକ ସୁସଜ୍ଜିତ ଓ ଶୃଙ୍ଖଳିତ ଶୋଭାଯାତ୍ରାରେ ଚାଷୀମାନେ ଯାଇ ତହସିଲ କାର୍ଯ୍ୟାଳୟରେ ପଞ୍ଚିଥିଲେ। ରିଲିଫ୍ କୋର୍ଡ ସଂଶୋଧନ ଆମର ଦାବୀ, ତୁରନ୍ତ କ୍ୟାବିନେଟ୍ ଡକାଇ ରିଲିଫ୍ କୋର୍ଟ ସଂଶୋଧନ କର, ସବୁ କଚ୍ଚା ଘର ଥିବା ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଆବସ ଯୋଗାଇଦେବା ଓ ବାତ୍ୟା ପ୍ରଭାବରେ ଧାନ ଜମିରୁ ବର୍ଷା ଜଳ ନିଷ୍କାସନ ପ୍ରଭୃତି ଲିଖିତ ଦାବୀ ପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା। ତହସିଲ ଆଗରେ ଆୟୋଜିତ ପ୍ରତିବାଦ ସଭାରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଚାଷୀମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଚାଷୀମାନେ ବିପର୍ଯ୍ୟୟ ସମୟରେ କ୍ଷତି ପୂରଣ ପାଇବାରେ ସରକାରୀ ଆଇନ୍ ବାଧକ ହୋଇଛି। ଏହି ଆଇନରେ ପରିବର୍ତ୍ତନ ନହେବା ଯାଏ ଚାଷୀମାନେ ବିପର୍ଯ୍ୟୟ ଜନୀତ କ୍ଷତିପୂରଣରେ କୌଣସି ଲାଭ ପାଇବେନି। ସୂଚନା ଯୋଗ୍ୟ ଯେ, ରିଲିଫ୍ କୋର୍ଡ୍ ଅନୁଯାୟୀ ଧାନର ହେକ୍ଟର ପିଛା କ୍ଷତି ପୂରଣ ପ୍ରକୃତ ଖର୍ଚ୍ଚର ଅଧା ଠାରୁ ମଧ୍ୟ କମ୍ ଏସବୁ ପୁରୁଣା ମରହଟିଆ ଆଇନର ସମାପ୍ତ ହେଉ। ଯୁବଛାତ୍ର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, କ୍ଷତି ଯେତେ ଦିଅ ସେତେ ନ୍ୟାୟରେ ରିଲିଫ୍ କୋର୍ଡ୍ ଜରୁରୀ ସଂଶୋଧନ ପାଇଁ ଏହି ବିକ୍ଷୋଭ ଆୟୋଜିତ ହୋଇଛି। ସରକାର ଏହାର ମନବୁଝି, ଆନ୍ଦୋଳନ ସ୍ଥଳକୁ ତହସିଲଦାର ଆସି ଆନ୍ଦୋଳନକାରୀଙ୍କ ଠାରୁ ସ୍ମାରକପତ୍ର ନେବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଆୟୋଜିତ ସଭାରେ ସର୍ବଶ୍ରୀ ତ୍ରିଲୋଚନ ପଣ୍ଡା, ପିତବାସ ରାଉତ, ସହସଂଯୋଜକ ସତ୍ୟ ନାୟକ, ପ୍ରଭାତ ମହାଳିକ ପ୍ରମୁଖ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ