ରିଲିଫ କାର୍ଯ୍ୟ ତଦାରଖ କରୁଛନ୍ତି ବିଡିଓ
ନିରାକାରପୁର (ଜୁଗାବ୍ଦ ନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ନୂତନ କରି ବିଡିଓ ଭାବେ ଅକ୍ଷୟ କୁମାର ରାଉତ ଯୋଗଦାନ ପରେ ଫନି କ୍ଷତିଗ୍ରସ୍ତ ଅଞ୍ଚଳକୁ ଗସ୍ତ କରି ରିଲିଫ ତଦାରଖ କରୁଛନ୍ତି । ଲୋକଙ୍କୁ ଚାଉଳ, ଟଙ୍କା ଠିକ ରୂପେ ମିଳୁଛି କି ନାହିଁ ଓ ଗାଁମାନଙ୍କରେ ପଡ଼ିଥିବା ବଡ଼ ବଡ଼ ଗଛଗୁଡ଼ିକ ରାସ୍ତାରୁ ପରିଷ୍କାର କରିବାକୁ ପଞ୍ଚାୟତ କର୍ତ୍ତୃପକ୍ଷମାନଙ୍କୁ କହିଛନ୍ତି । ସେ ସମସ୍ତ କର୍ମଚାରୀଙ୍କୁ ବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ପରାମର୍ଶ ଦେଇଉନ୍ତି । ସେ ଟାଙ୍ଗୀ ବ୍ଲକ ୨୬ଟି ପଞ୍ଚାୟତର ଜନସଧାରଣଙ୍କ ସ୍ୱାର୍ଥପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଜଣାଇଛନ୍ତି ।ତାଙ୍କ ପୂର୍ବରୁ ଦୀର୍ଘ ଦିନ ହେବ ସୁଚାରୁ ରୂପେ କାର୍ଯ୍ୟ କରିଥିବା ବିଡିଓ ଭାସ୍କର ରଇତ ଅଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକରେ ଯୋଗ ଦେଇଛନ୍ତି ।