ରିଲିଫ ବଣ୍ଟନକୁ ନେଇ ଚଞ୍ଚକତା ବି ଡ଼ି ଓ ଙ୍କୁ ଅଭିଯୋଗ

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ତିର୍ତ୍ତୋଲ ବ୍ଲକ ଅଧୀନ କୃଷ୍ଣାନନ୍ଦପୁର ଗ୍ରାମପଞ୍ଚାୟତ ରୁ ଆଜି ଅନେକ ଲୋକ ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟରେ ପହଂଚି ଜିଲ୍ଲାପାଳଙ୍କ ଉଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଗତ ବନ୍ୟା ଓ ପ୍ରବଳ ବର୍ଷାରେ ଏହି ପଞ୍ଚାୟତ ର ଅନେକ ଗରିବ ଲୋକ ଜଳବନ୍ଦୀ ଅବସ୍ଥାରେ ରହି ଥିଲେ |ସେତେବେଳେ ସରକାରଙ୍କ ତରଫରୁ ଆସିଥିବା ଚାଉଳ ଓ ୫୦୦ ଲେଖାଁଏ ଟଙ୍କାକୁ ସରପଞ୍ଚ ନିଜର କେତେଜଣ ହାତଗଣତି ୱାର୍ଡମେମ୍ବର ଓ ଦୁଇ ମହଲା କୋଠାରେ ରହୁଥିବା ଲୋକଙ୍କୁ ଦେଇ ବାହାବାହା ନେଇଥିଲେ ହେଲେ ପ୍ରକୁତ ହିତାଧିକାରୀ ବା ଜଳବନ୍ଦୀ ଥିବା ଲୋକ କିନ୍ତୁ ପାଇବାରେ ବଞ୍ଚିତ ହୋଇଛନ୍ତି |ଅନ୍ୟ ପକ୍ଷରେ ପଶୁମାନଙ୍କ ପାଇଁ ଆସିଥିବା ଦାନ କୁ ମଧ୍ୟ ସରପଞ୍ଚ ନିଜ ଲୋକଙ୍କୁ ବାଣ୍ଟି ଦେଇଥିବା ଅଭିଯୋଗ ହେଉଛି ତେବେ ଏ ସମ୍ପର୍କୀୟ ଘୋଟାଲାକୁ ତଦନ୍ତ କରି ଗରିବ ଓ ପ୍ରାପ୍ୟ ହିତାଧିକାରୀ କାରୀଙ୍କୁ ନ୍ୟାୟ ଦେବାକୁ କୃଷ୍ଣାନନ୍ଦପୁର ଏସ କେ ଜମିଲା, ମମତା ବାରିକ, କୁନ୍ତଳା ସାହୁ, ଜାନକୀବାଳା ସାହୁ, ଚିନ୍ମୟୀ ସାହୁ, ପ୍ରଭାତୀ ଦାସ, ବୁନି ବେହେରା, ପ୍ରଭାତୀ ସାହୁ, ଦୁଲାରୀ ବିବି, ନଜମା ଖାଟୁନ, ସମସ୍ତେ ବିବି, ରଶ୍ମୀନ ବିବି, ଅଞ୍ଜୁମ ଆରା, ଅବଦୁଲ ଖାନ ଝୁଲାରାମ ବେହେରା ଙ୍କ ସମେତ ଅନେକ ଗ୍ରାମର ଲୋକ ବ୍ଲକ କାର୍ଯ୍ୟାଳୟ ରେ ପହଂଚି ଅଭିଯୋଗ ଜଣାଇ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ