ରିଲିଫ ସାମଗ୍ରୀ ନଷ୍ଟହେବା ନେଇ କେନ୍ଦ୍ରାପଡା ବିଡିଓଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ବିଜେପିର ଦାବିପତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଅମ୍ଫାନ ବାତ୍ୟା ରିଲିଫ ଉଦେଶ୍ୟରେ ଆସିଥିବା ପ୍ରାୟ ୧୫କ୍ୱିଂଟାଲରୁ ଅଧିକ ଚୁଡା ଓ ବିସ୍କୁଟ ଆଦି ବଂଟନ ନକରାଯାଇ କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟରେ ମାସ ମାସ ଧରି ପଡିରହି ପୋକଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବ୍ଲକ ପ୍ରଶାସନର ଅପରଣାମଦର୍ଶୀ ତଥା ଅକ୍ଷମଣୀୟ ଦାୟୀତ୍ୱହୀନତା ପାଇଁ ପ୍ରାକୃତିକ ଦୁର୍ବିପାକ ଭଳି ଦୁର୍ଦ୍ଦଶା ସମୟରେ ପ୍ରପୀଡିତ ଲୋକମାନଙ୍କ ପାଇଁ ଆସିଥିବା ରିଲିଫରୁ ବିପନ୍ନଙ୍କୁ ବଂଚିତ କରାଯାଇ ସମ୍ପୂର୍ଣ୍ଣ ନଷ୍ଟ କରିଦିଆଗଲା । ବ୍ଲକ ପ୍ରଶାସନର ସରକାରୀ ଅର୍ଥ ଅପବ୍ୟୟ ସମ୍ପର୍କରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏପ୍ରକାର ସମ୍ବେଦନଶୀଳ ପ୍ରସଙ୍ଗରେ ବିଧିବଦ୍ଧ ତଦନ୍ତ କରାଯାଇ ସଂପୃକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବିଜେପି ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ପଣ୍ଡା କହିଛନ୍ତି । ଜିଲ୍ଲାପାଳ ଶ୍ରୀ ବର୍ମା ଆସନ୍ତା ୧୨ତାରିଖ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ କେନ୍ଦ୍ରାପଡା ବିଡିଓଙ୍କୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ସୁନାକର ବେହେରା, ଜିଲ୍ଲା ଆଇଟି ସଂଯୋଜକ ଅଭିମନ୍ୟୁ ଗୋଛାୟତ, ଯୁବନେତା ବିଭୁତିଭୂଷଣ କର, ନେହେରୁ ସାହୁ, ମଣ୍ଡଳ ସଭାପତି ଶଶାଙ୍କ ଶେଖର ଓଝା, ଉମାକାନ୍ତ ନାୟକ, ଦୟାନିଧି ବଳ, ମୁକ୍ତିକାନ୍ତ ସ୍ୱାଇଁ, ଚନ୍ଦ୍ରମଣୀ ମଳିକ, ବାସୁଦେବ ତ୍ରିପାଠୀ, ହରେକୃଷ୍ଣ ରାୟ, ଦେବ ପ୍ରସାଦ ଭଳ, ଲକ୍ଷ୍ମଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ