ରୀତି ଯୁଗର ଶ୍ରେଷ୍ଠ କବି ଗୋପାଳକୃଷ୍ଣଙ୍କ ୨୪୦ ତମ ଜୟନ୍ତୀ ଓ ସ୍ମୃତି ଚାରଣ ସଭା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ରୀତିଯୁଗର ଶ୍ରେଷ୍ଠ କବି ଗୋପାଳକୃଷ୍ଣଙ୍କ୨୪୦ତମ ଜନ୍ମ ଜୟନ୍ତୀ ଏବଂ ସ୍ମୃତି ଚାରଣ ଗୋପାଳକୃଷ୍ଣ ସ୍ମୃତି କଳା ପରିଷଦ ଓ ଉତ୍କଳ ହିତୈଷିଣୀ ସମାଜ ମିଳିତ ଆନୁକୂଲ୍ୟରେ ମହା ସମାରୋହରେ ଅନୁଷ୍ଠାନର ସଭାପତି ଡ.ଭୁବନେଶ୍ୱର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି। ପ୍ରାତଃରେ ଗୋପାଳକୃଷ୍ଣ ପାଠାଗାର ଠାରେ ଥିବା କବିଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସଭାରେ ମୁଖ୍ୟଅତିଥି ଭାବେ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟବକ୍ତା ଡ.କଲ୍ୟାଣୀ ମିଶ୍ର,ସମ୍ମାନିତ ବକ୍ତା ଅଧ୍ୟାପକ ସୌଦାଗର ସିଓ, ସମ୍ମାନିତ ଅତିଥି ସୁଶ୍ରୀ ଶ୍ୱେତl ପଟ୍ଟନାୟକ,ଯୋଗଦେଇଥିଲେ।ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ତଥା ଅନୁଷ୍ଠାନର ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା ବିବରଣୀ ପାଠ କରିଥିବାବେଳେ ସ୍ଵାଗତ ସମ୍ଭାଷଣ ଅନୁଶ୍ରୀ ପଟନାୟକ, ପରିଚୟ ପ୍ରଦାନ ସୁଶ୍ରୀ ଅଞ୍ଜନା ପଟନାୟକ ଦେଇଥିଲେ। ପ୍ରାରମ୍ଭରେ ବେତାର ତଥା ଦୂରଦର୍ଶନ ଶିଳ୍ପୀ ବି.କୋମଲାଙ୍ଗୀ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ତିନୋଟି ମର୍ମସ୍ୱର୍ଷୀ ସଙ୍ଗୀତ ଗାନ କରିଥିଲେ। ତର୍କ, ଭାଷଣ କଣ୍ଠ ସଙ୍ଗୀତ ପ୍ରତିଯୋଗିତାର ବିଜୟୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଶେଷରେ ଅନୁଷ୍ଠାନର ସହ ସମ୍ପାଦକ ବ୍ରଜାନନ୍ଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଗୋପାଳକୃଷ୍ଣ ପଦାବଳୀ ଓଡ଼ିଆ ସାରସ୍ଵତ ଭଣ୍ଡାରକୁ ଏକ ଦୁର୍ଲଭ ବିରଳ ଅଲିଭl ଅବଦାନ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ମୂରଲୀଧର ପରିଚ୍ଛା, ତ୍ରିପତି ପ୍ରସାଦ ପଣ୍ଡା,ବିଷ୍ଣୁ ଚରଣ ପଣ୍ଡା, ରାଜେଶ୍ବରୀ ସ୍ୱାଇଁ , ଶାଶ୍ଵତୀ ବେବର୍ତ୍ତା, ଲିଜା ସ୍ୱାଇଁ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।