ଜଗତସିଂହପୁର ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତଙ୍କ ନାଉଗାଁ ବ୍ଲକର ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ

ନାଉଗାଁ : ନାଉଗାଁ ବ୍ଳକରେ ବାତ୍ୟା ଫନିର କ୍ଷୟକ୍ଷତି ହୋଇଥିବା ଅଂଚଳକୁ ଶନିବାର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲିବିଲି ଦେଖିଛନ୍ତି ।ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ ବୁଲିବା ସହିତ ଆଶ୍ରୟୀ ସ୍ଥଳିରେ ଥିବା ଲୋକମାନଙ୍କୁ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।ସେହିପରି ବାତ୍ୟାରେ ଶୁକ୍ରବାର ମୃତ୍ୟୁବରଣ କରିଥିବା ଓଷକଣା ପଂଚାୟତର ନୟାସିଙ୍ଗଡା ଗ୍ରାମର କାମିନୀ ମହାରଣା ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଇଥିଲେ । ତାଙ୍କ ସହ ବ୍ଲକ ବିଜେଡି ସଭାପତି ସୁଜିତ ମଲ୍ଲିକ , ଯୁବନେତା ଅଜୟ ମହାନ୍ତି ଆଦି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ