ରୁମାଗଡ ଓ ମନ୍ଦାର ପଞ୍ଚାୟତରେ ପୋଲିସ ପକ୍ଷରୁ ଫ୍ଳାଗ୍ ମାର୍ଚ୍ଚ
ପୋଲସରା, (ଅନିଲ କୁମାର ମହାରଣା):ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ପରିପ୍ରେକ୍ଷୀରେ ପୋଲସରା ପୋଲିସ ପକ୍ଷରୁ ରୁମାଗଡ ଓ ମନ୍ଦାର ଗ୍ରାମ ପଞ୍ଚାୟତରେ ଫ୍ଳାଗ୍ ମାର୍ଚ୍ଚ ଅନୁଷ୍ଠିତ ହୋଇଛି। ଜାନୁଆରୀ ୨୮ ତାରିଖ ଦିନ ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଳିକଙ୍କ ନେତୃତ୍ବରେ ସେକେଣ୍ଡ ଅଫିସର ସମୀର ବେହେରା ଏଏସଆଇ ଅଜୟ କୁମାର ମଳିକ , ଗୌରହରି ଜେନା , ବାବୁଲା ରାଉଳ , ପୁରୁଷୋତ୍ତମ ମାଝୀ , ଜ୍ୟୋତ୍ସ୍ନା କୁମାରୀ ସାହୁ ଏବଂ ହାବିଲଦାର ଧନୁର୍ଜୟ ପାତ୍ର ଙ୍କ ସମେତ ପୋଲିସ ଫୋର୍ସ ଫ୍ଳାଗ୍ ମାର୍ଚ୍ଚ ଅଂଶ ଗ୍ରହଣ କରିଥିଲେ। ଫେବୃଆରୀ ମାସ ୧୬ ତାରିଖ ଦିନ ପୋଲସରା ପଞ୍ଚାୟତ ସମିତି ଅନ୍ତର୍ଗତ ୨୬ ଗୋଟି ଗ୍ରାମ ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ଦୃଷ୍ଟିରେ ଅବାଧ ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳା ସହ ସମାପନ କରିବା ପାଇଁ ପୋଲିସର ଏହି ରୁଟିନ୍ କାର୍ଯ୍ୟକ୍ରମ ହୋଇଥିବା ଜଣାପଡିଛି।