ରୂପଯାତ୍ରା ରେ ଡିଜେମୁକ୍ତ ରୋଷଣୀ ଓ ନିଶାମୁକ୍ତ ଭସାଣି ପାଇଁ କମିଶନରେଟ ପୋଲିସର ଆହ୍ବାନ

ଚୌଦ୍ଵାର, (ସଞ୍ଜୀବ କୁମାର ତିୱାରୀ) : ଐତିହାସିକ ଚୌଦ୍ଵାର ରୁପଯାତ୍ରା ର ଏକ ସ୍ବତନ୍ତ୍ରତା ରହିଛି ଯାହାକୁ ବିଭିନ୍ନ ମେଢ଼ କମିଟି,ଯାତ୍ରା କମିଟି,ସ୍ଥାନୀୟ ପ୍ରଶାସନ ମଧ୍ୟ ସମନ୍ଵୟ ରଖି ଚୌଦ୍ଵାର ପୋଲିସ ପ୍ରତିବର୍ଷ ସୁଚାରୁ ରୂପେ ଶାନ୍ତି ଶୃଙ୍ଖଳା ବଜାୟ ରଖି ଦାୟିତ୍ଵ ସମ୍ପନ୍ନ କରିଥାଏ । ଏହି ଅବସରରେ ରେ ଚଳିତ ବର୍ଷ ଚୌଦ୍ୱାର ଲକ୍ଷ୍ମୀପୂଜା ଓ କୁମାର ପୂର୍ଣ୍ଣମୀ ରୂପଯାତ୍ରା ଉପଲକ୍ଷେ କମିଶନରେଟ ପୋଲିସ ଚୌଦ୍ୱାର ଥାନା ପକ୍ଷରୁ ଗାନ୍ଧୀଛକ ସ୍ଥିତ ଟାଉନ ହଲ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର ଥାନା ଆଇଆଇସିଙ୍କ ଦୀପକ କୁମାର ଖଣ୍ଡାୟତରାୟଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥି ଭାବେ ଜୋନ୧ ଏସିପି ଅରୁଣ କୁମାର ସ୍ୱାଇଁ ଯୋଗ ଦେଇଥିଲେ । ରୂପଯାତ୍ରାରେ କମିଶନରେଟ ପୋଲିସ ପକ୍ଷରୁ ସିସିଟିଭି ଲଗାଇ ଅପରାଧ କୁ ରୋକିବା ପାଇଁ ଚେଷ୍ଟା ଜାରି ରହିଛି ଏବଂ ଡିଜେମୁକ୍ତ ରୋଷଣୀ ,ନିଶାମୁକ୍ତ ଭସାଣି ପାଇଁ ସମସ୍ତ ପୂଜା କମିଟିମାନଙ୍କୁ ଆହ୍ବାନ କରିଛନ୍ତି ଏସିପି ଶ୍ରୀ ସ୍ୱାଇଁ ।ଏହି ବୈଠକ ରେ ସମ୍ମାନୀତ ଅତିଥି ଭାବେ ଚୌଦ୍ୱାର ଦଶହରା ପୂଜା କମିଟି ସଭାପତି ସୁବୋଧ ଚନ୍ଦ୍ର ନାୟକ,କାର୍ଯ୍ୟକାରୀ ସଭାପତି ପ୍ରଦୀପ ନାୟକ, ସଂପାଦକ ନାରାୟଣ ସ୍ବାଇଁ,ଚୌଦ୍ୱାର ପୌର ଅଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ , ହିନ୍ଦ୍ ସେବକ ସଂଘ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ସମସ୍ତ ପୂଜା କମିଟିର ସଭାପତି ଓ ସମ୍ପାଦକଙ୍କ ସମେତ ସ୍ଥାନୀୟ ବୁଦ୍ଧିଯିବି ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ