ରୂପାଇଟା ଚାଲାଣ ବେଳେ ଧରାପଡିଲେ ଚାଲାଣକାରୀ

ବ୍ରହ୍ମପୁର,(ଓ୍ବାଇଏନ୍ଏସ୍):  ଓଡ଼ିଶାରୁ ଆନ୍ଧ୍ରକୁ ରୁପାଇଟା ଚାଲାଣ ବେଳେ ଇଚ୍ଛାପୁର ପୋଲିସ ହାତରେ ଧରାପଡ଼ିଛନ୍ତି ଚାଲାଣକାରୀ । ପୋଲିସ ୩ଜଣ ଚାଲାଣକାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୬୧କେଜି ରୁପାଇଟା ଜବତ କରିଥିବା ଜଣାପଡ଼ିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୮ ଲକ୍ଷ ଟଙ୍କା ହେବ। ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଇଚ୍ଛାପୁର ଟାଉନ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଚେକ୍‌ପୋଷ୍ଟରେ ଗାଡ଼ି ଯାଞ୍ଚ ଚାଲିଥିଲା । ଏହି ସମୟରେ ଓଡ଼ିଶା ପଟୁ ଯାଇଥିବା ଏକ କାର୍‌(ଏପି ୧୬ଇକେ ୦୮୧୮)କୁ ପୋଲିସ ଅଟକାଇ ଥିଲା । ଗାଡ଼ି ଯାଞ୍ଚ ସମୟରେ ଡିକିରେ ରୁପାଇଟା ଥିବା ପୋଲିସ ଦେଖିବାକୁ ପାଇଥିଲା । ତେବେ ଗାଡ଼ିରେ ବସିଥିବା ୩ଜଣ ଯୁବକ ସେହି ରୁପାଇଟାର କୌଣସି କାଗଜପତ୍ର କିମ୍ବା ବିଲ୍‌ ଦେଖାଇ ପାରି ନଥିଲେ । ଫଳରେ ବେଆଇନ ଭାବେ ତାହା ଚାଲାଣ କରାଯାଉଥିବା ନେଇ ଆନ୍ଧ୍ର ପୋଲିସର ସନ୍ଦେହ ହୋଇଥିଲା । ଅଧିକ ଜେରା ପରେ ସେହି ୩ ଜଣ ଯୁବକ ବ୍ରହ୍ମପୁରରୁ ଆସିଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ । ପୋଲିସ ଉକ୍ତ ରୁପାଇଟା ଓ କାର୍‌ ଜବତ କରିଛି । ଏ ସଂକ୍ରାନ୍ତରେ ମଛଲିପଟମର ପି. ସୁରୀ ବାବୁ, ଇଜାଦ ଗୋବିନ୍ଦା ଏବଂ କାର୍‌ ଡ୍ରାଇଭର୍‌ ବି. ନରସିଂହ ମୁଲୁକୁ ଗିରଫ କରିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ