ରୂପାୟନ କଳା ବିକାଶ କେନ୍ଦ୍ର ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲାର ଅନ୍ୟତମ ସ୍ୱେଚ୍ଛାସେବୀ ସଂଗଠନ ‘ରୂପାୟନ’ ପକ୍ଷରୁ କଳା ବିକାଶ କେନ୍ଦ୍ର ଓ ‘ପାଲାକ୍ଷୀ ପ୍ରି ସ୍କୁଲ’ ଓ ‘ଡେ କେୟର’ ସହରର ହେମକାପଦା ଠାରେ ଉଦଘାଟିତ ହୋଇଯାଇଛି । ସଦର ବିଧାୟକ ସ୍ୱରୂପ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ରୂପାୟନ ସଂଗଠନର ଜନକଲ୍ୟାଣକାରୀ ଉଦ୍ୟମକୁ ପ୍ରଶଂସା କରିଥିଲେ । ନିଶା ନିବାରଣ, ମହିଳାଙ୍କୁ ଆତ୍ମନିର୍ଭଶୀଳ ପ୍ରଶିକ୍ଷଣ, ଗରିବ ଲୋକଙ୍କୁ ସହାୟତା ପ୍ରଭୃତିରେ ରୂପାୟନ ସଂଗଠନର ଅଗ୍ରଣୀ କାର୍ଯ୍ୟଧାରା ସର୍ବଦା ପ୍ରଶଂସନୀୟ ହୋଇଆସିଛି । ଏବେ କଳା ଓ ସଂସ୍କୃତିର ବିକାଶ ପାଇଁ ସଂଗଠନ ପକ୍ଷରୁ ଆରମ୍ଭ ହୋଇଥିବା ଅନୁଷ୍ଠାନ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଶ୍ରୀ ଦାସ କହିଥିଲେ । ଏଥି ସହିତ ଶିଶୁଙ୍କ ପାଇଁ ପ୍ରି ସ୍କୁଲ ଓ କର୍ମଜୀବୀ ମହିଳାଙ୍କ ଶିଶୁଙ୍କ ଲାଳନପାଳନ ପାଇଁ ‘ଡେ କେୟର’ ସ୍ଥାପନ ରୂପାୟନର କାର୍ଯ୍ୟ ପରିସରକୁ ବିସ୍ତାର କରିଛି ବୋଲି ସେ ମତ ଦେଇଥିଲେ । ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, କବି ଅଭୟ ଦାସ, ଡାକ୍ତର ବିଜୟ ପଣ୍ଡା, ସାହିତ୍ୟିକ ଡ. ରାଧାରଞ୍ଜନ ପଟ୍ଟନାୟକ, କବି ଉମେଶ ଚନ୍ଦ୍ର ବାରିକ, ଅଞ୍ଜଳି ପଣ୍ଡା, ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରୂପାୟନ ସଂଗଠନର ନୂତନ ପ୍ରକଳ୍ପର ସଫଳ କାର୍ଯ୍ୟକାରିତା କାମନା କରିଥିଲେ । ରୂପାୟନ ସଂଗଠନର ମୁଖ୍ୟ ଶ୍ରଦ୍ଧାଞ୍ଜଳି ରାୟ ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରିବା ସହିତ କଳା ବିକାଶ କେନ୍ଦ୍ର ଏବଂ ପ୍ରି ସ୍କୁଲ ତଥା ଡେ କେୟର ଅନୁଷ୍ଠାନ ଶୁଭାରମ୍ଭର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅର୍ଚ୍ଚନା ନନ୍ଦୀ, ଜୟଶ୍ରୀ ବିଶ୍ୱାଳ, ପ୍ରଜ୍ଞା ପାରମିତା ମହାନ୍ତି, ବାସନ୍ତୀ ସାମଲ, ବିଧାନ ଚନ୍ଦ୍ର ରାୟ, ପୁଷ୍ପଲତା ମହାନ୍ତି, କଲ୍ୟାଣୀ ନନ୍ଦ, ହେମଲତା ଦାସ, ବାସନ୍ତୀ ନାୟକ, ପ୍ରତିମା ପଣ୍ଡା ପ୍ରମୁଖ ଏହି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ