ରୂପାୟନ ପକ୍ଷରୁ ମୌସୁମୀ କବିତା ଆସର
ବାଲେଶ୍ୱର, (ସରୋଜ ପଣ୍ଡା):ବର୍ଷାଋତୁ ଆଗମନରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ରୂପାୟନ’ ପକ୍ଷରୁ ଏକ ମୌସୁମୀ କବିତା ଆସର, ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଆଦି ହେମକାପଦା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତାରେ ଛାତ୍ରୀ ପ୍ରିୟଙ୍କା ନାୟକ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପ୍ରତିମା ପଣ୍ଡା, ବାସନ୍ତୀ କର, ଯଶୋଧାରା ଦାସ, ପ୍ରଜ୍ଞାପାରମିତା ବିଶ୍ୱାଳ, ଅର୍ଚ୍ଚନା ନନ୍ଦୀ ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ତୁୁଲାଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ କବିତା ଆସରରେ ବରେଣ୍ୟ ଅତିଥି ଭାବେ ଡ. ବଂଶୀଧର ଚୌଧୁରୀ, ଡ. ଉମାକାନ୍ତ ଦାସ, ବିଧାନ ଚନ୍ଦ୍ର ରାୟ, ବିଜୟ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ତୃତୀୟ ପର୍ଯ୍ୟାୟରେ ଆୟୋଜିତ ସଙ୍ଗୀତ ବିଚିତ୍ରା କାର୍ଯ୍ୟକ୍ରମରେ ଦେବୀରାଣୀ ଦାସ, ରୀତା ମିଶ୍ର, ଗୌରାଙ୍ଗ ଦାସ, ଅମରେଶ ପାତ୍ର, ପ୍ରବୀର କମିଳା, ଗଦାଧର ଦାସ, ବିଶ୍ୱଜିତ ପ୍ରଧାନ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ । ରୂପାୟନର ମୁଖ୍ୟ ଶ୍ରଦ୍ଧାଞ୍ଜଳି ରାୟ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସହରର କବି, ସାହିତ୍ୟିକ, ସଙ୍ଗୀତ ପ୍ରେମୀ, ନୃତ୍ୟପ୍ରେମୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


