ରୂପା ଅଳଙ୍କାର ସମେତ ୩୦ ହଜାର ଟଙ୍କା ଚୋରି ଅଭିଯୋଗ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳି ଥାନା ମାରୁପଲ୍ଲୀ ଗ୍ରାମର ନରସିଂହ ସାହୁଙ୍କ ଘରର କବାଟ ଭାଙ୍ଗି ଦୃବୁର୍ତ୍ତ ରୂପା ଅଳଙ୍କାର ସମେତ ୩୦ ହଜାର ଟଙ୍କା ଲୁଟି ନେଇଥିବା ନେଇ ଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ବୁଧବାର ରାତିରେ ପରିବାର ସଦସ୍ୟ ରାତ୍ର ଭୋଜନ ସାରି ଶୋଇ ପଡ଼ିଥିଲେ । ଗୁରୁବାର ଭୋର ପ୍ରାୟ ୩ ଘଣ୍ଟା ସମୟରେ ନରସିଂହ ଉଠି ଘରର ଆସବାବପତ୍ର ଏଣେତେଣେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଘର ମଧ୍ୟରେ ଥିବା ରୁପା ଅଳଙ୍କାର ସମେତ ୩୦ ହଜାର ଟଙ୍କା ଚୋରି ହୋଇଥିବା ଜାଣିପାରି ନରସିଂହ ଘଟଣା ନେଇ ଗୁରୁବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ଥାନାରେ ମାମଲା ରୁଜୁ ହୋଇନଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ