ରୂପ୍ସାର ଜନ ସମସ୍ୟା ଗାଙ୍ଗଯୋଡି ପୋଲର ଜଳ ନିସ୍କାସନ ପ୍ରକଳ୍ପକୁ ଏନ୍.ଏଚ୍.ଏ.ଆଇର ମଞ୍ଚୁରୀ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତ ନିର୍ବାଚିତ ହେଲା ପରେ ସର୍ବପ୍ରଥମେ ରୁପସା ଅଞ୍ଚଳର ବହୁଦିନର ଜନ – ସମସ୍ୟା ଗାଙ୍ଗଯୋଡି ପୋଲ ଠାରୁ ଚୁଡାଖିଆ ପୋଲ ଯାଏଁ ବନ୍ୟାଜଳ ନିଷ୍କାସନର ସ୍ତାୟୀ ସମାଧାନ ପାଇଁ ବିଧାୟକ ଗତ ୧.୬.୨୦୧୯ରେ ବିଭାଗର ମୁଖ୍ୟଯନ୍ତ୍ରୀ ରାଓଙ୍କୁ ଧରି ସଂପୃକ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ । ଏହାପରେ ୪.୦୬.୨୦୧୯ରେ ଜାତୀୟ ରାଜପଥ ମୁଖ୍ୟ ଟି.କେ. ବୈଦ୍ୟଙ୍କୁ ଚିଠି ଲେଖି ଏହି ସମସ୍ୟାର ସମାଧାନ ପାଇ ଅନୁରୋଧ କରିବା ସହ ଫୋନ୍ ଯୋଗେ ଦିଲ୍ଲୀ ସ୍ଥିତ ଜାତୀୟ ରାଜପଥ ମନ୍ତ୍ରାଳୟର ସଚିବଙ୍କ ସହ କଥାବାର୍ତ୍ତା କରି ତୁରନ୍ତ ଉଚ୍ଚ ଡ୍ରେନ କରିବା ସହ ସ୍ଥାୟୀ କଲଭଟ୍ ନିର୍ମାଣ କରିବା ପାଇଁ ଅନୁରୋଧ କରିଥିଲେ । ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ବେଳେ ୬ଟି ବୃହତ ଉଚ୍ଚ ଲମ୍ବା ନାଲ ଏବଂ ୪ଟି କଲ୍ଭଟ୍ ପାଇଁ ଏକ ପ୍ରୋଜେକଟ୍ ରିପୋର୍ଟ୍ ମଞ୍ଜୁର ହୋଇଛି । କ୍ରମରେ ଆଜି ଜାତୀୟ ରାଜପଥର ସ୍ୱତନ୍ତ୍ର ଯନ୍ତ୍ରୀ ଅରୁଣ ଯାଦବ ବିଧାୟକଙ୍କ ସହ ସପୃକ୍ତ ଅଞ୍ଚଳ ପରିଦର୍ଶନ କରି ମଞ୍ଜୁର ହୋଇଥିବା ପ୍ରକଳ୍ପ କାର୍ଯ୍ୟ ସ୍ଥାନରେ ଖୁବ ଶ୍ରୀଘ୍ର ପ୍ରାଥମିକ ପର୍ଯ୍ୟାୟରେ ନାଳ କାମ ଆରମ୍ଭ ହେବ ବୋଲି କହିଥିଲେ । ପ୍ରକଳ୍ପ ହେବା ଦ୍ୱାରା ବନ୍ୟାଜଳ ନିସ୍କାସନ ସୁଚାରୁ ରୂପେ ହେବ ତତ୍ସହିତ ବହୁ ଚାଷ ଜମି ଜଳମଗ୍ନ ହୋବାରୁ ବଞ୍ଚି ଯିବ ଯାହା ଫଳରେ ଶହ ଶହ ଏକରର ଫସଳ ନଷ୍ଟ ଆଉ ହେବ ନାହିଁ । ଏଥି ପାଇଁ ଗ୍ରାମବାସୀ ମାନେ ସଦର ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି । ସରପଞ୍ଚ ଅନିତା ବେହେରା, ସମିତି ସଭ୍ୟ ଅଭିପ୍ସା ନାୟକ, ତପନ ଗିରି, ରଶ୍ମି ରନ ଜେନା, ଗଙ୍ଗାଧର ରାଉତ, ଚତୁର୍ଭୁଜ ବେହେରା, ସୃଷ୍ଟିଧର ସେନାପତି, ଅନ୍ତର୍ଯ୍ୟାମି ବେହେରା, ଗଦାଧର ପଣ୍ଡିତ ଓ ଗୋ÷÷ରାଙ୍ଗ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।