ରୂପ ଦେଖାଇ ଟଙ୍କା ନେଇ ଥିଲ କି ଏବେ ଦେଇ ପାରୁନ,ଫାଇନାନ୍ସ କମ୍ପାନୀର ସାଧାରଣ ଜନତାଙ୍କୁ ଧମକ
ମାଲକାନଗିରି, (ଓ୍ବାଇଏନ୍ଏସ୍):କୋଭିଡ଼-୧୯ ର ଏହିପରି ଭୟଙ୍କର ସମୟରେ ସବୁ ସରକାରୀ ବେସରକାରୀ ବ୍ୟାଙ୍କ ଓ ଅନ୍ୟାନ୍ୟ ଅନୁଷ୍ଠାନ ମାନଙ୍କୁ ଟଙ୍କା ମାଗିବା ପାଇଁ ମନା କରିଥିଲେ l ବ୍ୟାଙ୍କ ମଧ୍ୟ ସାଧାରଣ ଲୋକଙ୍କ ସୁବିଧା ପାଇଁ ସବୁ ପ୍ରକାରର ଇମଆଇ,ଲୋନ ଆଦି ଟଙ୍କା ଦେବା କଥାରେ କିଛି ସୁବିଧା ମଧ୍ୟ କରିଥିଲେ ମାତ୍ର ଲକଡାଉନର ଏହି ସମୟରେ ଫାଇନାନ୍ସ କମ୍ପାନୀର ଲୋକମାନେ ସାଧାରଣ ଜନତାଙ୍କୁ ଧମକ ଦେବା ଏକ ଚାଞ୍ଚଲ କର ଘଟଣାରେ ପରିଣତ ହେଇଛି l ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମଭି ୯୬ ଗାଁରେ ତେଜିଲା ଜନ ଅସନ୍ତୋଷ।ଘଣ୍ଟା ଘଣ୍ଟା ଘରେ ବସୁଛନ୍ତି ଏଜେଣ୍ଟ। ଧମକ ଚମକ ଦେବାକୁ ମଧ୍ୟ ପଛାଉ ନାହାନ୍ତି କମ୍ପାନୀ ର ଏଜେଣ୍ଟ ମାନେ ଗାଁ ଲୋକେ କହିଛନ୍ତି lଫ୍ୟୁଜନ୍ ଫାଇନାନ୍ସ ନାମକ ଏକ କମ୍ପାନୀର ଏଜେଣ୍ଟ l ସୂଚନା ଯୋଗ୍ୟ ଯେ ଗ୍ରାମର ମହିଳା ମାନେ ଫ୍ୟୁଜନ୍ ଫାଇନାନ୍ସ କମ୍ପାନୀ ରୁ ରୁଣ ନେଇଥିଲେ। ଏବ୍ଂ ରୁଣ ନେଇଥିବା ଟଙ୍କା ବିଭିନ୍ନ କ୍ଷେତ୍ର ରେ ବିନିଯୋଗ ମଧ୍ୟ କରି ସାରିଛନ୍ତି। ଏବେ ଲକ୍ ଡାଉନ ସରି ଅନ୍ଲୋକ ଚାଲିଥିଲେ ମଧ୍ୟ ସେମାନଙ୍କ ର ଆର୍ଥିକ ସ୍ଥିତି ରେ ସୁଧାର ହେଇନି ତେଣୁ ସେମାନେ ସୁଧ ଟଙ୍କା ସୁଝି ପାରୁନାହାନ୍ତି।ଋଣ ଆଦାୟ ପାଇଁ କମ୍ପାନୀର ଏଜେଣ୍ଟ ମାନେ ସାଧାରଣ ଲୋକଙ୍କ ଉପରେ ଚାପ ପକାଉଛନ୍ତି ଆଉ କାହୁଁ ଛନ୍ତି ରୂପ ଦେଖାଇ ଟଙ୍କା ନେଇ ଥିଲ କି ଏବେ ଦେଇ ପାରୁନ। ଫାଇନାନ୍ସ କମ୍ପାନୀ ର ଜୁଲମ୍ ଓ ଏଭଳି ଅଭଦ୍ର ବ୍ୟବହାର କୁ ନିନ୍ଦା କରାଯାଇଛି। ଗ୍ରାମ ବାସୀ ଙ୍କର କହିବା କଥା ଯେ ଆଗକୁ ପୁଣି ଯଦି ଫାଇନାନ୍ସ କମ୍ପାନୀ ଗାଁ କୁ ଆସି ମା ମହିଳା ମାନଙ୍କୁ ଏଭଳି ଅଭଦ୍ରାମି ପଦର୍ଶନ କଲେ ସେମାନଙ୍କୁ ଗ୍ରାମରେ ବାନ୍ଧି ରଖି ପୋଲିସ ର ଜିମା ଦିଆଯିବ। ଫ୍ୟୁଜନ୍ କମ୍ପାନୀର ଏଜେଣ୍ଟ କହିଛନ୍ତି କାହାର ସହିତ କିଛି ଖରାପ ବ୍ୟବହାର କରିନାହାନ୍ତି ଆଉ କାହାକୁ ଧମକେଇ ଟଙ୍କା ମାଗି ନାହୁଁ ବର୍ତ୍ତମାନ ସ୍ୱେଚ୍ଛାରେ ଯିଏ ଟଙ୍କା ଦେବେ ତାଙ୍କଠୁ ଟଙ୍କା ନେବୁ l