ରୂଷିଆରୁ ମେଡିକାଲ ଉପକରଣ ନେଇ ଆମେରିକାରରେ ପହଁଚିଲା ସାମରିକ ବିମାନ

ନ୍ୟୁୟର୍କ: ଶୋମବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ରୂଷିଆ ରାଷ୍ଟ୍ରପତି ବ୍ଳାଦିମିର ପୁଟିନଙ୍କ ସହ କରୋନା ସଂକ୍ରମଣ ନେଇ ଆଲୋଚନା ହେଇଥିବା ହୋଇଥିଲା. ଗତ ବୁଧୁବାର ଦିନ ରୂଷିଆ ର ଏକ ସାମରିକ ବିମାନରେ ଭେଣ୍ଟିଲେଟର ମାସ୍କ ସମେତ ବହୁ ମେଡିକାଲ ଉପଯୋଗୀ ସାମଗ୍ରୀ ଆମେରିକାକୁ ପଠା ଯାଇଥିଲା, ଏଥିରେ କରୋନା ମହାମାରୀର ମୁକାବିଲା ନିମିନ୍ଟ ସହାୟତା ସ୍ୱରୂପ ରୁଷର ଏକ ସାମରିକ ବିମାନରେ ପ୍ରାୟ ୬୦ଟନ ମେଡିକାଲ ଉପକରଣ ନେଇ ବୁଧୁବାର ଆମେରିକାର ଜନ ଏଫ କେନେଡି ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତାରଣା କରିଥିଲା । ଆମେରିକାରେ ବୁଧବାର ଅପରାହ୍ନରେ ଏହା ଅବତରଣ କରିଥିବା ରୁଷ ସରକାର ସ୍ପଷ୍ଟ କରିଛନ୍ତି। ମସ୍କୋ ବାହାରେ ଥିବା ଏୟାରଫିଲ୍ଡରୁ ଏହି ସାମରିକ ବିମାନ ମେଡିକାଲ ଉପକରଣ ନେଇ ଆମେରିକାର ଅଭିମୁଖେ ଉଡ଼ାଣ ଭରିଥିଲା । କ୍ରେମଲିନ୍ରର ମୁଖପାତ୍ର ଦିମିତ୍ରୀ ପସ୍କୋଭ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏହି ମାନବିକ ସହାୟତାକୁ କୃତଜ୍ଞତାର ସହ ସେଠାରେ ଗ୍ରହଣ କରିଛନ୍ତି। ଏଥିସହ ସେ କହିଛନ୍ତି ଯେ କରୋନା ସଂକ୍ରମଣ ଯୋଗୁ ବର୍ତମାନ ଆମେରିକାରେ ସର୍ବାଧିକ ହାନି ହୋଇଥିବାରୁ ସେଠାକୁ ଜୀବନ ରକ୍ଷା କରିବା ପ୍ରକ୍ରିୟାକୁ ପ୍ରାଥମିକତା ଦିଆଯାବା ସହ ଆମେରିକାକୁ ସହଯୋଗ କରିବାକୁ ମେଡିକାଲ୍ ଉପକରଣ ପଠାଯାଇଛି ଯେଉଁଥିରେ କି ଭେଣ୍ଟିଲେଟର, ମାସ୍କ ଏବଂ ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ ରହିଥିବା ସୂଚନା ଦେଇଆ ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ