ରେକର୍ଡ ସ୍ତରରେ ପହଞ୍ଚିଲା ସୁନା ଦର
ନୂଆଦିଲ୍ଲୀ: ଲକଡାଉନ ବେଳେ ରେକର୍ଡ ସ୍ତରରେ ପହଞ୍ଚିଲା ସୁନା ଦର। ଗୋଟିଏପଟେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ଲକଡାଉନ କରାଯାଇ ଥିବାବେଳେ ଅନ୍ୟପଟେ ସୁନା ଦର ରେକର୍ଡ ସ୍ତରରେ ପହଞ୍ଚିଛି। ସୋମବାର ଘରୋଇ ଫ୍ୟୁଚର ମାର୍କେଟରେ ସୁନା ଦର ନୂଆ ରେକର୍ଡ ଭାଙ୍ଗିଛି। ପ୍ରତି ୧୦ ଗ୍ରାମକୁ ସୁନା ଦର ୪୫ ହଜାରରୁ ଅଧିକ ଟଙ୍କାରେ ପହଞ୍ଚିଛି। ସେହିପରି ୧ କିଲୋ ରୁପା ଦର ୪୨ ହଜାରରୁ ଅଧିକ ଟଙ୍କାରେ ପହଞ୍ଚିଛି। ସୂଚନାଥାଉ କି, କୋରୋନା ଯୋଗୁ ବିଶ୍ୱ ଅର୍ଥନୀତିରେ ଏହାର ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଥିବା ବେଳେ ସୁନା ଦର ବୃଦ୍ଧି ଆହୁରି ଚିନ୍ତା ବଢ଼ାଇ ଦେଇଛି।