ରେଟ୍ରୋ ଲୁକରେ ଅକ୍ଷୟ
ମୁମ୍ବାଇ: ଖିଲାଡ଼ି କୁମାରଙ୍କ ଫିଲ୍ମ “ହାଉସଫୁଲ୍ ୪’ ଏବେ ବକ୍ସ ଅଫିସରେ କମାଲ କରୁଛି । ଫିଲ୍ମଟି ପାଖାପାଖି ୨୦୦ କୋଟି ଟଙ୍କା ଆୟ କରିସାରିଲାଣି । ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଫିଲ୍ମ ଦେବା ପରେ ଏବେ ଅକ୍ଷୟଙ୍କ ହାତରେ ଗଦା ଗଦା ଅଫର ରହିଛି । କିଛିଦିନ ପୂର୍ବରୁ ଖବର ଆସିଥିଲା ଯେ ଅକ୍ଷୟ ଖୁବ୍ଶୀଘ୍ର ଫିଲ୍ମ ନିର୍ମାତା ବାସୁ ଭଗନାନିଙ୍କ ଫିଲ୍ମରେ କାମ କରିବାକୁ ଯାଉଛନ୍ତି ଏବଂ ଭଗନାନି ଏଥିପାଇଁ ତାଙ୍କୁ ୧୦୦ କୋଟି ଟଙ୍କା ପାରିଶ୍ରମିକ ଦେବେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହା ମଧ୍ୟରେ ତାଙ୍କର ଆଉ ଏକ ନୂଆ ଫିଲ୍ମର ଖବର ମିଳିଛି । ଅକ୍ଷୟ ଖୁବ୍ଶୀଘ୍ର “ବେଲ୍ ବଟମ୍’ ଫିଲ୍ମରେ ନଜର ଆସିବେ । ଫିଲ୍ମର ଫାଷ୍ଟ ଲୁକ୍ ମଧ୍ୟ ସାମ୍ନାକୁ ଆସିଯାଇଛି । ନିଜେ ଅକ୍ଷୟ ଏହି ଫିଲ୍ମର ଫାଷ୍ଟ ଲୁକ୍ ପୋଷ୍ଟରକୁ ଇନ୍ଷ୍ଟାଗ୍ରାମରେ ଶେଆର କରିଛନ୍ତି । ଏଥିରେ ଅକ୍ଷୟଙ୍କୁ ରେଟ୍ରୋ ଲୁକରେ ଦେଖିବାକୁ ମିଳିଛିା ସେ ଏକ ଷ୍ଟାଇଲ୍ସ କାର୍ ଉପରେ ବସିଛନ୍ତି । ଏହି ପୋଷ୍ଟର ଶେୟାର କରିବା ସହ ଅକ୍ଷୟ ଲେଖିଛନ୍ତି, ୮୦ ଦଶକକୁ ଯିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ ।


