ରେଡକ୍ରସ ସୋସାଇଟି ତରଫରୁ ରକ୍ତଦାନ ଶିବିର

ଯାଜପୁର,(ଯୁଗାବ୍ଦ ନ୍ୟୁଜ୍‌): ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଏସ ଜି କଲେଜ ପରିସରରେ ଯୁବ ରେଡ଼କ୍ରସ ସୋସାଇଟି ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିର କୁ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଆନୁଷ୍ଠାନିକ ଉଦଘାଟନ କରିଥିବା ବେଳେ କଲେଜ ଅଧ୍ୟକ୍ଷ ଦୈତାରି ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିର ରେ ଜିଲ୍ଲା ରେଡ଼କ୍ରସ ସୋସାଇଟି ସମ୍ପାଦକ ତଥା ସହକାରୀ ଜିଲାପାଳ କୁଳମଣି ନାୟକ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ କଲେଜର ଛାତ୍ରଛାତ୍ରୀ ମାନଙ୍କ ଠାରୁ ମୋଟ ୮୮ ୟୁନିଟ ସଂଗୃହୀତ ହୋଇଥିଲା । ଯୁବ ରେଡ଼କ୍ରସ ଉପଦେଷ୍ଟା ଅଧ୍ୟାପକ ଡ଼ଃ ଭଦେବୀ ପ୍ରସାଦ ସାହୁ ଏହି ରକ୍ତଦାନ ଶିବିର କୁ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ