ରେଡ଼ ଷ୍ଟାର ପକ୍ଷରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ

ବୁଗୁଡା,(ଅନିଲ କୁମାର ମହାରଣା): ଗତ କାଲି ସେପ୍ଟେମ୍ବର ୧ ତାରିଖ ଦିନ ସିପିଆଇ(ଏମ ଏଲ)ରେଡ଼ ଷ୍ଟାର ରାଜ୍ୟ କମିଟି ଡାକରା କ୍ରମେ ବୁଗୁଡା ବ୍ଲକ କମିଟି ପକ୍ଷରୁ ସମସ୍ତଙ୍କୁ ରୋଜଗାର, ଶିକ୍ଷା, ସ୍ୱାସ୍ଥ୍ୟସେବା, ବାସଗୃହ ଯୋଗାଇ ଦେବା ସହ ଅନ୍ୟାନ୍ୟ ଦାବି କରି ନିମପଲ୍ଲୀ, ସମଲେଇ, ବେଢାଖାଲ ଓ କରସିଙ୍ଗି ଠାରେ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଶେଷ କରି ଆଦିବାସୀ ଓ କୃଷକ ମାନେ ପାର୍ଟିର ଲାଲ ପତାକା, ପ୍ଲାକ କାର୍ଡ଼ ଓ ବ୍ୟାନର ଧରି ବିଭିନ୍ନ ଦାବି ସପକ୍ଷରେ ସ୍ଲୋଗାନ ଦେଇ ପ୍ରତିବାଦ କରି ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଏହି ପ୍ରତିବାଦ କାର୍ଯ୍ୟକ୍ରମ ବୁଗୁଡା ବ୍ଲକର ଆଦିବାସୀ ଓ କୃଷକ ନେତା ବଳଭଦ୍ର ମଲ୍ଲିକ, ଦଣ୍ଡପାଣି ଜାନୀ, ପ୍ରଶନ ଦଳବେହେରା, ଜୟରାମ ନାୟକ, ଶ୍ୟାମ ଜାନୀ, ନାର ପ୍ରଧାନ ପ୍ରଭୃତିଙ୍କ ନେତୃତ୍ୱରେ ଅନୁଷ୍ଟିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ