ରେଡିଓ ନମସ୍କାର ପକ୍ଷରୁ ପଖାଳ ଦିବସ ପାଳନ

କୋଣାର୍କ(ଗଣେଶ ଚନ୍ଦ୍ର ବେହେରା)ଆଜି ହେଉଛି ପଖାଳ ଦିବସ । ଖରା ହେଉ କି ଶୀତ ସବୁଦିନ ମନ ମୋହେ ପଖାଳ । ଚୂନା ମାଛ ସାଙ୍ଗକୁ ଆଳୁ ଭର୍ତ୍ତା, ବଡ଼ି ଚୁରା, ଛୁଇଁ ଭଜା, ଟମାଟୋ, ବାଇଗଣ ଚକଟା ଆଉ ପିଆଜ ଖଣ୍ଡେ । ଆଃ, କହିଦେଲେ ମୁହଁରେ ପାଣି ଆସିଯାଉଛି। ଖରାରେ ଆସି ଗୁଣ୍ଡେ ଖାଇ ଢ଼ୋକେ ତୋରାଣି ପିଇଦେଲେ ସବୁ ଶାନ୍ତି। ମାର୍ଚ୍ଚ ମାସର ଟାଇଁ ଟାଇଁ ଖରାରେ ଯୁଆଡ଼େ ଥିଲେ ବି ଆସି ପଖାଳ ଖାଇଲେ ଆତ୍ମ ସନ୍ତୋଷ ମିଳିଥାଏ । ଖଟିଖିଆର ଭାତହାଣ୍ଡି ଠାରୁ ଆରମ୍ଭ କରି ପଞ୍ଚତାରକା ହୋଟଲେ ସବୁଠି ପଖାଳର ଚାହିଦା। ପଖାଳ ଆଗରେ ବଡ଼ ବଡ଼ ରେଷ୍ଟୁରାଣ୍ଟର ମହଙ୍ଗା ଡିସ ମଧ୍ୟ ଫିକା । ବିଭିନ୍ନ ଖାଦ୍ୟ ମଧ୍ୟରୁ ଓଡ଼ିଆଙ୍କ ମଧ୍ୟରେ ପଖାଳର ସ୍ଥାନ ସ୍ୱତନ୍ତ୍ର। ଯେତେ ଯାହା ଖାଇଲେ ବି ପଖାଳ ଟିକେ ଖାଇ ଦେଲେ ମନକୁ ଶାନ୍ତି ଓ ତୃପ୍ତି ମିଳିଥାଏ। ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ଆଜି କୋଣାର୍କ ସ୍ଥିତ ନୁହାଡି ଗ୍ରାମରେ ସମସ୍ତ ମହିଳା ମାନଙ୍କୁ ନେଇ ରେଡ଼ିଓ ନମସ୍କାର ପକ୍ଷରୁ ଏକ ସ୍ଵତନ୍ତ୍ର ପଖାଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଅତିଥି ରୂପେ ଶିକ୍ଷାବିତ ରବିନ୍ଦ୍ରନାଥ ବାହିନୀ ପତି,କୁରୁଜଙ୍ଗ ମହାସଙ୍ଘ ସଭାନେତ୍ରୀ ଝରଣା ପରିଡା,କୋଣାର୍କ ଥାନା ଏସ୍ ଆଇ ଇତିପ୍ରିୟା ଦାସ ,ରେଡିଓନମସ୍କାର ସଂଜୋଜିକା ଏସ୍ କାଜଲ,କାର୍ଯ୍ୟନିବହୀ ଅଧିକାରୀ ରୋଜାଲିନ୍ ପ୍ରଧାନ,ସମାଜସେବୀ ଜ୍ଞାନ ରଞ୍ଜନ ବିଶ୍ଵାଳ,ପ୍ରମୁଖ ଯୋଗଦେଇ ଦେଇ ପଖାଳ ଦିବସ ସମ୍ପର୍କରେ ମହିଳା ମାନକୁ ଉତ୍ସାହିତ କରିଥିଲେ, ପରେ କରୋନା ଟୀକା,ବାଲ୍ୟବିବାହ ସମ୍ପର୍କରେ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ଆରମ୍ଭହୋଇଥିଲା ।ଏଥିରେ ପ୍ରଥମ ସ୍ମୃତିରେଖା କାଣ୍ଡି ,ଯଶୋଦା କାଣ୍ଡି ଦ୍ୱିତୀୟ ,କଳ୍ପନା ବାରିକ ତୃତୀୟ ସ୍ଥାନ ଅଧିକାର କରି ବେଶ ଆନଦିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ