ରେଡ୍‌କ୍ରସ ପ୍ରଶିକ୍ଷଣ ଶିବିର ଉଦଯାପିତ

ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): କ୍ଷତ୍ତିୟବରପୁର ଆଞ୍ଚଳିକ ବିଜ୍ଞ।ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଭାରତୀୟ ରେଡକ୍ରସ ସଂସ୍ଥା ଏବଂ ଅନ୍ତର୍ଜାତୀୟ ରେଡକ୍ରସ ମଞ୍ଚ ଦ୍ୱାରା ଦୀର୍ଘ ୩ ଦିନ ଧରି ଆୟୋଜିତ ବିପର୍ଯ୍ୟୟ ସମୟରେ ମୁକାବିଲା ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏହା ସୋମବାର ଉଦଯାପିତ ହୋଇଯାଇଛି । ଏହି ଶିବିରରେ ୫୦ ଜଣ ଯୁବ ରେଡକ୍ରସ ତରଫରୁ ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।ଏଥିରେ ପ୍ରାଥମିକ ସହାୟତାର କୈାଶଳ ମୁକାବିଲାର କୈାଶଳ ସଂମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ଉଦଯାପିତ ଅବସରରେ ଅଧକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି ଙ୍କ ସଭାପତିତ୍ୱରେ ରାଜ୍ୟ କନିଷ୍ଠ ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଗୁଲସନ ଦାସ ଏବଂ ଅଗ୍ନିଶମ ବିଭାଗର ଜୟନ୍ତ କୁମାର , ସମ୍ମାନିତ ଅତିଥିରୁପେ ଯୋଗ ଦେଇ ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ । ଅଧାପକ ଲୋକନାଥ ମହାନ୍ତି, ହରିଶଙ୍କର ପାଣ୍ଡେ ,ବି. ଗୋବିନ୍ଦ ରାଓ , ପ୍ରମୁଖ ସାଧନ ବ୍ୟକ୍ତି ଭାବେ ପ୍ରଶିକ୍ଷଣ ଦେଇଥିôଲେ ।ଯୁବ ରେଡ୍‌କ୍ରସ ଉପଦେଷ୍ଟା, ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ