ରେଡ୍ କ୍ରସ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ 

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାରରେ ଭାରତୀୟ ରେଡକ୍ରସ ଓଡିଶା ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଗାନ୍ଧୀ ମେମରିଆଲ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଦ୍ବାରା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଉକ୍ତ ଶିବିର ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକଙ୍କ ତତ୍ବାବଧାନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିପତୀ ରାଓ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ ପାତ୍ର, ଏଡିଏମ୍ଓ ଡାକ୍ତର ପ୍ରମୋଦ କୁମାର ପଣ୍ଡା, ରକ୍ତ ଭଣ୍ଡାର ଦାୟିତ୍ବରେ ଥିବା ଡାକ୍ତର ଏନ୍.ରବିବାବୁ, ଟେକ୍ନିସିୟନ ଖଗେଶ୍ବର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିବିରରେ ମୋଟ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିବାର ପ୍ରଧାନ ଶିକ୍ଷକ ଶ୍ରୀରାଓ ସୂଚନା ପ୍ରଦାନ କରିଛନ୍ତି । ଏଭଳି ମହତ୍ବ କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ